ପାଇକ କେନ୍ଦୁମୁଣ୍ଡି ଓ ମୁଖିଗୁଡା ଧାନ ମଣ୍ଡିରେ ଚାଲିଛି ମିଲର୍ସ ଏଜେଣ୍ଟଙ୍କ ଦାଦାଗିରି

କଳାହାଣ୍ଡି ; ୦୯/୦୬ ( ଉ.ପ୍ର) : କଳାହାଣ୍ଡି ଜୟପାଟଣା ବ୍ଲକ୍ ଅନ୍ତର୍ଗତ ମୁଖିଗୁଡା ଓ ପାଇକ କେନ୍ଦୁମୁଣ୍ଡିର ଉଭୟ ମଣ୍ଡିମାନଙ୍କରେ କାଳ ବୈଶାଖୀ ଦାଉ ସାଜୁଥିବା ବେଳେ ମଣ୍ଡିମାନଙ୍କରେ ଟୋକନର ଅବହେଳା ଭୋଗୁଛନ୍ତି ଚାଷୀ । ଏଠାରେ ପ୍ରଶ୍ନ ଉଠେ ଚାଷୀ ସବୁ ବର୍ଷ ପରି ଚାଷ କରି ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଆଣିଥିଲେ ବି ବିକ୍ରି ହେଉନାହିଁ। ନା ମିଳୁଛି ଟୋକନ ନା ମିଲର୍ସ ଉଠାଛନ୍ତି ଧାନ । ଚାଷୀ ଖରା ବର୍ଷାରେ ମୁଣ୍ଡ ଝାଳ ତୁଣ୍ଡ ମାରି ଚାଷ କରିଥାଏ କିନ୍ତୁ ଚାଷୀର ଦୁଃଖ କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସରକାରଙ୍କ ବ୍ୟବସ୍ତା ଥିଲେ ମଧ୍ୟ ମିଲର୍ସ ଓଏ ଜେଣ୍ଟମାନଙ୍କର ୧୨ ରୁ ୧୪ କେଜି କୋଟନୀ ଛୋଟନୀ ଦାଦାଗିରି ସହିବାକୁ ପଡୁଛି । ଯଦି ମିଲର୍ସ, ଏଜେଣ୍ଟ କଥାରେ ରାଜି ନ ହେଲେ କାଳବୈଶାଖି ବର୍ଷା ପାଣିରେ ଭିଜୁଛି ମଣ୍ଡିରେ ନେଇ ଥିବା ଧାନ । କଳାହାଣ୍ଡି ଚାଷ କ୍ଷେତ୍ରରେ ବହୁ ପ୍ରକାର ନାମ ଅର୍ଜନ କରିଥିଲେ ମଧ୍ୟ ସରକାର ଚାଷୀମାନଙ୍କ ପାଇଁ କୌଣସି ପ୍ରକାର ଉଚିତ ପଦକ୍ଷେପ ନେଇ ନ ଥିବାରୁ ମଣ୍ଡିମାନଙ୍କରେ ଟୋକାନର ଅବ୍ୟବସ୍ଥା ପାଇଁ ମିଲର୍ସମାନଙ୍କର ଦାଦଗିରି ଚାଷୀଙ୍କୁ ସହିବାକୁ ପଡୁଛି । କାଳ ବୈଶାଖୀ ଦାଉ ସାଜୁଥିବା ବେଳେ ଚାଷୀଙ୍କର  ମାସ ମାସ ଧରି ମଣ୍ଡିମାନଙ୍କରେ ଧାନ ପଡିରହିଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close