ମାହାଙ୍ଗାର ପୂର୍ବତନ ବିଧାୟକ, ବିଶିଷ୍ଟ ଶିକ୍ଷକ ନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ବ୍ୟକ୍ତ

ମାହାଙ୍ଗା, ୫/୬(ବିଭୂପ୍ରସାଦ ଲେଙ୍କାଙ୍କ ଠାରୁ): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ବିଶିଷ୍ଟ ଗାନ୍ଧୀବାଦୀ ନେତା, ବରିଷ୍ଠ ଶିକ୍ଷକ ନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ ଘଟିଛି । ସେ ୨୬ ମେ’ରେ କୋଭିଡ଼ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା ଓ ଆଜି ସକାଳେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ଗାନ୍ଧୀବାଦୀ ଚିନ୍ତାଧାରାର ବର୍ଷିୟାନ ଏହି ନେତାଙ୍କ ସମୟରେ ମାହାଙ୍ଗାର ବହୁବିଧ ଉନ୍ନତି ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସେ ବିହନ ନିଗମ ଓ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଥିଲେ । ସେ ଜଣେ ସରଳ, ଶାନ୍ତ ଓ ଅମାୟିକ ବ୍ୟକ୍ତି ଥିଲେ । ଶିକ୍ଷକମାନଙ୍କ ସ୍ୱାର୍ଥ ପାଇଁ ତାଙ୍କର ସଂଗ୍ରାମ ଅବିସ୍ମରଣୀୟ ହୋଇ ରହିବ । ଗତ ବର୍ଷ ମାହାଙ୍ଗାର ଅନ୍ୟ ୦୨ ବରପୁତ୍ର ଯଥା- ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ଶରତ କୁମାର କର ଓ ପୂର୍ବତନ ମନ୍ତ୍ରୀ ଶେକ୍ ମତ୍‌ଲୁବ ଅଲ୍ଲୀଙ୍କୁ କରୋନା ମହାମାରୀ ଛଡାଇ ନେଇଥିବା ବେଳେ ଆଜି ପୁଣି ଆଉ ଜଣେ ବରପୁତ୍ରଙ୍କୁ ଛଡ଼ାଇ ନେବା ଘଟଣା ସମଗ୍ର ମାହାଙ୍ଗା ଅଂଚଳକୁ ସ୍ତବ୍ଧ କରିଦେଇଛି । ତାଙ୍କ ବିୟୋଗରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ମାହାଙ୍ଗା ଅଂଚଳର ବରିଷ୍ଠ ସମାଜସେବୀ ଅଜୟ କୁମାର ମହାନ୍ତି, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ବରିଷ୍ଠ ସାହିତ୍ୟିକ ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ଉମିଳା ନାୟକ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଯୁବ ସମାଜସେବୀ ବିଭୂପ୍ରସାଦ ଲେଙ୍କା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close