‘ଉଦୟବଟ’ ତରଫରୁ ୭୨ତମ ଜନରାଜ୍ୟ ଦିବସ ପାଳିତ

ବ୍ୟାସନଗର,୨୮/୧(ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଏଥିରେ ମୁଖ୍ୟବକ୍ତା ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଉର୍ମିଳା ନାୟକ, ଶିକ୍ଷାବିଦ୍ ଅଶ୍ୱିନୀ କୁମାର ଦାସ, ଫେରୋକ୍ରୋମ କାରଖାନାର ପୂର୍ବତନ ଡି.ଜି.ଏମ ପ୍ରଦୀପ କୁମାର ରାୟ, ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ସାରଗର୍ଭକ ଭାଷଣ ରଖିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ଠାରେ ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟୁତ୍‌ପ୍ରଭା ରାୟ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଜମ୍ବୁନାଥ ସାମଲ, ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ଜ୍ୟୋତିରଂଜନ ପଣ୍ଡା, ପ୍ରଦୀପ ବାରିକ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଗଣେଷ ମହାନ୍ତି, ସୁମିତ୍ରା ମିଶ୍ର, ଶୁଭେନ୍ଦୁ ନାୟକ, ମିର୍ଜା ମୁକ୍ତାର ବେଗ୍‌, ଆଇନଜୀବୀ ମଇନୁଦ୍ଦିନ ଆନଶାରୀ, ନୃସିଂହ ଚରଣ ବଳ, ରାହାସ ବିହାରୀ ପଣ୍ଡିତ, ଅଭିଷେକ ମଲ୍ଲ, ଭାଗିରଥି ଦାସ, କାଂଚନ ନାୟକ, ଗୋଲାପ ମଲ୍ଲିକ, ନରହରି ବେହେରା, ଦମୟନ୍ତି ବଳ, ସମୀର ମିଶ୍ର, ଗୋଲାପ ମୁଣ୍ଡା, ସୁମତି ବାରିକ, ଅର୍ଣ୍ଣପୂର୍ଣ୍ଣା ରାୟ, ଇନ୍ଦୁମତି ସାହୁ, ଭାରତୀ ବେହେରା, ମିଟି ମହାରଣା, ବିଜୟଲକ୍ଷ୍ମୀ ପଣ୍ଡିତ, ଆନନ୍ଦ ମଲ୍ଲିକ, ଜଗନ୍ନାଥ ସାହୁ, ରମେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ । ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାର ଭାରତ ଭୂଷଣ ଏବଂ ସାଥିମାନେ ଜାତୀୟ ସଂଗୀତ ଓ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଏହି ଉପଲକ୍ଷେ ଅପରାହ୍ନରେ ଏକ ୦୨ ଦିନିଆ ଦିବାରାତ୍ର ବ୍ୟାଡମିଂଟନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close