ଏନ୍‌.ଏଚ.ଏ.ଆଇର ପାଣିକୋଇଲି ଛକ ଏବଂ ଓଭରବ୍ରିଜ୍ ତଳ ରାସ୍ତା ଅବସ୍ଥା ଶୋଚନୀୟ, ବିଭାଗର ଅଣଦେଖା

ପାଣିକୋଇଲି, ୧୧/୧୦(ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲାର ପାଣିକୋଇଲି ଛକ ଉପକୂଳ ଓଡ଼ିଶାର ଏକ ପେଣ୍ଠସ୍ଥଳ । ଏଠାରୁ କେଉଁଝର, ଯୋଡା, ବଡ଼ବିଲ, ବଲାଣୀ, ଯାଜପୁରରୋଡ, କଳିଙ୍ଗନଗର, ସୁକିନ୍ଦା, କାଳିଆପାଣି, ଢ଼େଙ୍କନାଳ, ଅନଗୁଳ, ରାଉଲକେଲା, ଯାଜପୁର ଟାଉନ ଆଦି ସ୍ଥାନକୁ ସଂଯୋଗ ଥିବା ବେଳେ ଭଦ୍ରଖ, ବାଲେଶ୍ୱର, ବାରିପଦା, କଲିକତା, ଜାମସେଦପୁର, ରାଂଚୀ, କଟକ, ଭୁବନେଶ୍ୱର, ପାରାଦୀପ, କେନ୍ଦ୍ରପଡ଼ା ଆଦି ସ୍ଥାନକୁ ସଡ଼କ ପଥରେ ଯିବା ପାଇଁ ବହୁ ବ୍ୟକ୍ତି ଏହି ଛକ ଉପରେ ନିର୍ଭର କରିଥାନ୍ତି । ଏହିସବୁ ସ୍ଥାନକୁ ଯିବାପାଇଁ ପ୍ରତ୍ୟେହ ବହୁ ଦୂରଗାମୀ ଓ ଦୃତଗାମୀ ବସମାନେ ଛିଡା ହେଉଥିବା ବେଳେ କାଳିଆପାଣି, ଯୋଡା, ବଡ଼ବିଲ ଆଦି ଖଣି ଅଂଚଳରୁ ଓ କଳିଙ୍ଗନଗର ଶିଳ୍ପାଂଚଳରୁ ହଜାର ହଜାର ଟ୍ରକ ସମେତ ଭାରୀଯାନ ଚଳାଚଳ କରିଥାଏ । ଏହାଦ୍ୱାରା ଭଲ ରାଜସ୍ୱ ମଧ୍ୟ ଆସିଥାଏ । ହେଲେ ପାଣିକୋଇଲି ଗୋଲେଇ ଛକର ଅବସ୍ଥା ଅଧିକାଂଶ ବେଳେ ଶୋଚନୀୟ ଅବସ୍ଥାରେ ଥାଏ! ୰ କିଶୋରଚନ୍ଦ୍ର ମଲ୍ଲିକଙ୍କ ଦୋକାନ ପାଖ ଛକରେ ଖାଲ ସୃଷ୍ଟି ହେବା ଘଟଣା ବର୍ଷ ବର୍ଷ ଧରି ଦେଖିବାକୁ ମିଳେ! ଏହା ବାବଦରେ ବିଭାଗ ଜାଣିଥାଏ । ହେଲେ କିଭଳି ଭାବେ ମରାମତି କରାଯାଏ କେଜାଣି ଅବସ୍ଥା କିଛି ଦିନ ପରେ ତଦୂପ ହୋଇଯାଏ । ଏଠାରେ ରାସ୍ତା ଖରାପ ହେବାର ଏହି ପୁରୁଣା ରୋଗକୁ ଦୀର୍ଘ ବର୍ଷ ଧରି ଠିକ୍ କରାଯାଇ ନ ପାରିବା ବିଭାଗର ପାରିବାପଣିଆକୁ ପ୍ରତିପାଦନ କରିଥାଏ । ତାଛଡ଼ା ବହୁ ପ୍ରଶାସନିକ ଓ ବରିଷ୍ଠ ପଦାଧିକାରୀ ଏହି ବାଟେ ସବୁବେଳେ ଯା’ଆସ କରୁଥିଲେ ବି ଏହି ସମସ୍ୟା ପ୍ରତି ଉଦାସୀନ ରହିବା ବିଡ଼ମ୍ବନାର ବିଷୟ! ଏହାଛଡ଼ା ପାଣିକୋଇଲି ଛକର ଓଭରବ୍ରିଜ୍ ତଳ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି । ଏଥିପାଇଁ ପଥଚାରୀଙ୍କ ସମେତ ଗାଡି ମୋଟରମାନେ ଅସୁବିଧା ଭୋଗୁଛନ୍ତି । ଏ ବାବଦରେ ‘ଉଦୟବଟ ଇ-ନ୍ୟୁଜ୍‌’ରେ ପୂର୍ବରୁ ମଧ୍ୟ ଖବର ପ୍ରକାଶିତ ହୋଇଛି । ବହୁ ବ୍ୟକ୍ତି ତୁରନ୍ତ ଭଲ ଭାବେ ରାସ୍ତା ମରାମତି ପାଇଁ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close