ଯାଜପୁରରେ ୨୧ ଗୋଟି ଘାଇ : ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ୩ ଲକ୍ଷରୁ ଉର୍ଦ୍ଧ୍ୱ

ଯାଜପୁର, ୨୮ା୮ : ଯାଜପୁର ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଚ୍ଥି । ଆଜି ଅପରାହ୍ନ ୫ ଘଟିକା ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଳ୍‌କରେ ୨୧ ଗୋଟି ଘାଇ ସୃଷ୍ଟି ହୋଇଚ୍ଥି ଓ ଏଥିଯୋଗୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଚ୍ଥନ୍ତି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ରସୁଲପୁର ବ୍ଳ୍‌କର ଲେଙ୍କାସାହି, ଖଣ୍ଡାସ, ବନ୍ଧଡିହ, ସାମନ୍ତରାପୁର, ବ୍ରହ୍ମବରଦା, ବରୀ ବ୍ଳକର ଶଙ୍କରାକୁଳ, ମାଟିଆପଡା, ଭଅଁରା, ଆରୁଆଳ, ଯାଜପୁର ବ୍ଳ୍‌କର ଝାଲପଡା, କାକୁଡିକୁଦ, ଦଶରଥପୁରର ଦତପୁର, କମଳପୁର, ବିଂଝାରପୁରର ନୂଆବାଙ୍କ, ସୁକିନ୍ଦା ବ୍ଳ୍‌କର ମଙ୍ଗରାଜପୁର ଠାରେ ଘାଇ ହୋଇଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଲୋକସଭା ସାଂସଦ ଶର୍ମାଷ୍ଠା ସେଠୀ, ଜିଲ୍ଲାପାଳ ଶ୍ରୀଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରସୁଲପୁର ବି.ଡି.ଓ ଊମାକାନ୍ତ ପରିଡା, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର ବି.ଡି.ଓ ସୈାରଭ ଚକ୍ରବର୍ତୀ, ତହସିଲଦାର ସୁଶାନ୍ତ ପତି ପ୍ରମୁଖ ଯାଜପୁର ବ୍ଳ୍‌କର ଝାଲପଡା, କୁଝାଲା, ରସୁଲପୁର ବ୍ଳ୍‌କର ବ୍ରହ୍ମବରଦା, ବନ୍ଧଡିହ ପ୍ରଭୃତି ଘାଇ ଅଂଚଳକୁ ପରିଦର୍ଶନ କରିଥିଲେ । କ୍ଷତିଗ୍ରସ୍ତ ଲୋକମାନଙ୍କୁ ୩ ଦିନର ରିଲିପଂ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଆଶ୍ରୟ ନେଇଥିବା ପ୍ରଭାବିତମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ବି.ଡି.ଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅପରପକ୍ଷରେ ଯାଜପୁର ବ୍ଳ୍‌କ ପଣସା ଗ୍ରାମର ଜନୈକ ବ୍ୟକ୍ତିଙ୍କର କାନ୍ଥ ପଡି ମୃତ୍ୟୁ ଘଟିଚ୍ଥି । ବ୍ୟାପକ ଧାନ ଜମି ଓ ପଂସଲ ଉପରେ ଜଳ ପ୍ଳାବନ ଯୋଗୁ ସେଗୁଡିକ ପ୍ରଭାବିତ ହୋଇଥିବା ବେଳେ ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ରଖାଯାଇଚ୍ଥି । ସେହିପରି ବିଭିନ୍ନ ବ୍ଳ୍‌କର ରାସ୍ତା ସନ୍ନିକଟ ଗ୍ରାମମାନଙ୍କରେ ପାଣି ପଶିବା କାରଣରୁ ଲୋକମାନେ ସେମାନଙ୍କ ଗୋରୁ ଗାଈ ଓ ଅନ୍ୟାନ୍ୟ ପଶୁ ପକ୍ଷୀଙ୍କୁ ରାସ୍ତା କଡରେ ଆଶ୍ରୟ ଦେଇଚ୍ଥନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ କୁଆଖିଆ ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ରାସ୍ତାରେ ବଡ ଗାଡି ଚଳାଚଳକୁ ବନ୍ଦ ରଖାଯାଇଚ୍ଥି । ପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବଡଚଣା ଓ ଧର୍ମଶାଳା ବ୍ଳ୍‌କ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରସୁଲପୁର ବ୍ଳ୍‌କ ଆଇ.ଏ.ଏସ. ପ୍ରୋବେସନର ସଚିନ ପାୱାର ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବରୀ ବ୍ଳକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଧର୍ମଶାଳା ବ୍ଳକ ଏବଂ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ବରିଷ୍ଠ ଅଧିକାରୀ ଭାବେ କ୍ଷେତ୍ର ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ପୂର୍ବାହ୍ନ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ବନ୍ୟା ସ୍ଥିତି ଉପରେ ଆଲୋଚନା କରିଥିଲେ । ଲୋକମାନଙ୍କୁ ରିଲିପଂ ଓ ଆଶ୍ରୟ ସ୍ଥଳରେ ରହିଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ଉପରେ ବିଧାୟକ ଶ୍ରୀ ଦାସ ଗୁରୁତ୍ୱ ଦେଇଥିଲେ । ସେହିପରି ଗୋ-ଖାଦ୍ୟ ବଣ୍ଟନ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଅଂଚଳ ବଢୁଥିବାର ଅଧିକ ଗୋ-ଖାଦ୍ୟ ମଗାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close