ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ,ରାଜ୍ୟରେ ପୁଣି ଶିକ୍ଷାନୁଷ୍ଠାନରେ ବନ୍ଦ୍ ରହିବ ପାଠପଢ଼ା

ଭୁବନେଶ୍ୱର ; ୦୫/୦୧ (ଜ୍ୟୋତି ରଞ୍ଜନଙ୍କ ଠାରୁ) : ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧୮ ସାମ୍ପୁଲକୁ ଜେନମ୍ ସିକ୍ବେନ୍ସି ପରେ ୨୪ ଚିହ୍ନଟ ହୋଇଛନ୍ତି। ୫ ଜଣ ସଂକ୍ରମିତ ବିଦେଶ ଫେରନ୍ତା ହୋଇଥିବା ବେଳେ ୧୯ ଜଣ ଲୋକାଲ ସଂକ୍ରମିତ ବୋଲି ଜଣାପଡିଛି। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଆଇଏଲଏସ ଅବଗତ କରିଛି। କରୋନା କଟକଣା ସତ୍ତ୍ୱେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ବିପଦକୁ ଡାକିବା ସଦୃଶ ହୋଇଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ କଟକଣାକୁ ରାଜ୍ୟରେ ଆହୁରି କଡ଼ାକଡ଼ା କରାଯିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଆଜି ସନ୍ଧ୍ୟା ୬.୩୦ରେ ସ୍ୱତନ୍ତ୍ର ରିଲିଫ କମିଶନର ନୂଆ କୋଭିଡ ଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି । ସେଗୁଡ଼ିକ କ’ଣ ଆସନ୍ତୁ ଜାଣିବା:
୧-ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ।
୨- ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ।
୩-ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ।
୪- ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ।
୫- କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢା ଚାଲୁ ରହିବ।
୬-ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ।
୭.ହାଟ, ବଜାର ଭିଡ଼କୁ ହ୍ରାସ କରିବାକୁ ସମସ୍ତେ ଚେଷ୍ଟା କରିବେ । ଦୋକାନ, ମଲ ମାଲିକମାନେ ଭିଡ଼ ହ୍ରାସ କରନ୍ତୁ । ଯଦି ଭିଡ଼ ଅଧିକ ହୁଏ ତେବେ ୭ ଦିନ ପର୍ଯ୍ୟନ୍ତ ଦୋକାନ, ମଲ ସିଲ କରାଯିବ ।
୮. ରାଜନୈତିକ, ଶୈକ୍ଷିକ ଭଳି କାର୍ଯ୍ୟକ୍ରମ ଶହେ ଲୋକଙ୍କ ମଧ୍ୟରେ ସୀମିତ ରହିବ ।
୯. ମେଳା, ପ୍ରଦର୍ଶନୀ ହେବ ନାହିଁ । ସର୍ବସାଧାରଣ ପାର୍କରେ ପିକନିକ କରାଯିବ ନାହିଁ । ହୋଟେଲ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ । ସଂସ୍ଥାର ବାର୍ଷିକ ଉତ୍ସବ ବି ବନ୍ଦ ରହିବ ।
୧୦. ମକର ମେଳା, ପୁଷ ମେଳା ଆଦିର କେବଳ ନୀତି କରାଯିବ । ସ୍ଥାନୀୟ ପ୍ରଶାସନ ଏଦିଗରେ ନିଷ୍ପତି ନେବେ ।
୧୧. ହୋଟେଲ, ବାର ରାତି ୯ଟା ପର୍ଯ୍ୟନ୍ତ ଖୋଲିବ । ୫୦% ସିଟ ହିଁ ପୂରଣ ହେବ । ଏବେ ଭଳି ଫୁଲ କାପାସିଟି ବା ପୂର୍ଣ୍ଣ ସାମର୍ଥ୍ୟରେ ତାହା ଚାଲିପାରିବ ନାହିଁ ।
୧୨. ନିଜ ଦୋକାନ ଆଗରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ଦୋକାନୀ ମାଲିକଙ୍କର । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
୧୩. ବସ, କାରରେ ସମସ୍ତେ ସବୁ ସମୟରେ ମାସ୍କ ପରିଧାନ କରିବ । ସେମାନଙ୍କର ଥର୍ମାଲ ସ୍କାନିଂ ଓ ସାନିଟାଇଜେସନ କରାଯିବ ।
୧୪.ଯାତ୍ରା ୧ହଜାର ଦର୍ଶକଙ୍କୁ ନେଇ ଚାଲିବ। ତେବେ ଏହି ସମୟରେ ଯାତ୍ରା ମାଲିକମାନଙ୍କୁ ନିୟମର କଡ଼ା ପାଳନ କରିବାକୁ ପଡ଼ିବ।
୧୫.ସିନେମା ହଲ୍ ଗୁଡ଼ିକ ୫୦% ସିଟ୍ କ୍ଷମତାରେ ଚାଲିପାରିବ।
୧୬.ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଲୋକ ଉପସ୍ଥିତ ରହିପାରିବେ। ସେହିପରି ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ମିଳିଛି। ଏହାଛଡ଼ା ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି।
୧୭.ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ।
ଗତ ୨ଦିନରେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜର ଦେଇ ସରକାର ଏଭଳି ପଦକ୍ଷେପ ଗ୍ରହଣ ନେଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୦୨୦ ମାର୍ଚ୍ଚରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ତାଲା ପଡିଥିଲା । ପରେ କରୋନା ସ୍ଥିତିକୁ ନଜର ଦେଇ ୨୦୨୧ରେ ରାଜ୍ୟରେ ବିଭିନ୍ନ ଶିକ୍ଷାନୂୁଷ୍ଠାନ ଖୋଲିବାକୁ ଅନୁମତି ମିଳିଥିଲା । ଡିଗ୍ରୀ କଲେଜ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଥିଲା । ସେହିପରି ରାଜ୍ୟର ବିଭିନ୍ନ ସ୍କୁଲଗୁଡିକରେ ନବମ ଓ ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ପରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ କରିବାକୁ ସରକାର ଅନୁମତି ଦେଇଥିଲେ ।ମାତ୍ର ୧ମରୁ ୫ମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ପ୍ରଥମେ ଜାନୁଆରୀ ୩ ଧାର୍ଯ୍ୟ ହୋଇଥିବା ବେଳେ କରୋନାର ଦ୍ରୁତ ସଂକ୍ରମଣ ଲାଗି ସ୍କୁଲ ଖୋଲିବାର ଦିନକ ପୂର୍ବରୁ ବନ୍ଦ୍ କରାଯାଇଥିଲା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close