ଯାଜପୁରରୋଡ ଦଳା ବିଦ୍ୟୁତ୍ ଜେ.ଇଙ୍କ ଉପଭୋକ୍ତାଙ୍କ ଉପରେ ଦବଙ୍ଗଗିରି ଅଭିଯୋଗ

ବ୍ୟାସନଗର,୨୫/୦୫(ସୁଦୀପ୍ କୁମାର ମିଶ୍ରଙ୍କ ଠାରୁ): ବ୍ୟାସନଗର ପୈାର ପରିଷଦ ଅଂଚଳ ଏକ ସଚେତନଶୀଳ ଅଂଚଳ । ବ୍ୟବସାୟିକ, ପ୍ରଶାସନିକ, ଶିକ୍ଷାଗତ, ଗମନାଗମନ ଆଦି ଦୃଷ୍ଟିରୁ ଏହି ଅଂଚଳ ଗୁରୁତ୍ୱ ବହନ କରିଥାଏ । ମାତ୍ର ବିଦ୍ୟୁତ୍ ବିଭାଗର ମନମାନି ଓ ଅଘୋଷିତ ତଥା ଘଂଟା ଘଂଟା ବିଜୁଳି କାଟ ଜନଜୀବନକୁ ଅତିଷ୍ଠ କରୁଛି । ବହୁ ସମୟରେ ପ୍ରଶାସନିକ ଅଧିକାରୀମାନେ ଏହା ଉପରେ ବିରକ୍ତି ଭାବ ପ୍ରକାଶ ମଧ୍ୟ କରୁଥିବାର ଦେଖାଯାଏ । କିଛି ଦିନ ତଳେ ସୋବରା ଅଂଚଳରେ ଅଘୋଷିତ ବିଜୁଳି କାଟ ହୋଇଥିଲା ଓ ଏହାକୁ ସେ ଅଂଚଳର ରମୀନ ନାଥ ଜଣାଇଥିଲେ ମଧ୍ୟ କିଛି ଫାଇଦା ହୋଇ ନ ଥିଲା ବୋଲି ସେ ଆମ ଠାରେ ଅଭିଯୋଗ କରିଥିଲେ । ଆଜି ଦଳା ସେକ୍‌ସନର କନିଷ୍ଠ ଯନ୍ତ୍ରୀଙ୍କ ଜଣେ ଉପଭୋକ୍ତାଙ୍କ ଉପରେ ଦବଙ୍ଗଗିରି ଢ଼ାଂଚାରେ ବ୍ୟବହାର ଅନେକଙ୍କୁ ତାଜୁବ କରିଛି । ଜେ.ଇ ସୁବ୍ରତ ଚକ୍ର ଆଜି ଦିନ ୧୨ଟା ପାଖାପାଖି ସମୟରେ ସ୍ଥାନୀୟ ସନ୍ତରାର ଅଂଜନ ମଲ୍ଲିକଙ୍କୁ ଅସୈାଜନ୍ୟ ବ୍ୟବହାର ଦେଖାଇଥିବାର ଅଭିଯୋଗ ହୋଇଛି । ଶ୍ରୀ ମଲ୍ଲିକ ଆଜି ଦଳା ସେକ୍‌ସନକୁ ଯାଇ ଜେ.ଇ ଶ୍ରୀ ଚକ୍ରଙ୍କୁ ବିନା ସୂଚନାରେ ଏତେ ସମୟ ଧରି କାହିଁକି ଲାଇନ କଟା ଯାଇଛି ଓ କେତେବେଳେ ଲାଇନ ଆସିବ ବୋଲି ପଚାରିବା ପରେ ସେ ହଠାତ୍ ଉତ୍‌କ୍ଷିପ୍ତ ହୋଇ ଶ୍ରୀ ମଲ୍ଲିକଙ୍କୁ ଗାଳି ଗୁଲଜ କରିଥିଲେ । ଉପଭୋକ୍ତାଙ୍କୁ ବୁଝାଇବା ସ୍ଥଳେ ଜେ.ଇଙ୍କ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି । ପୂର୍ବରୁ ମଧ୍ୟ ଜେ.ଇଙ୍କ ବିରୋଧରେ ଅଭିଯୋଗ ରହିଛି । ସ୍ଥାନୀୟ ୨୬ ନଂ. ୱାର୍ଡ ମୁଣ୍ଡମାଳ ଅଂଚଳର ସତ୍ୟଜିତ୍ ମୁଖାର୍ଜୀଙ୍କୁ ମଧ୍ୟ ସେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ ଓ ଶ୍ରୀ ମୁଖାର୍ଜୀ ଏହା ଉପରେ ଆପତି ଉଠାଇ ତା. ୧୨/୦୩/୨୦୨୧ରେ ‘ନେସ୍କୋ’ ଉଚ୍ଚ କର୍ତୃପକ୍ଷଙ୍କ ସମେତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଯାଜପୁର ଜିଲ୍ଲାପାଳ, ଏସ.ପି ଆଦିଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଜେ.ଇ ଶ୍ରୀ ଚକ୍ରଙ୍କ ବାରବାର ଏପରି ଆଚରଣ ଶୋଭନୀୟ ନୁହେଁ; ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଏଠାରୁ ବଦଳି କରିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି । ‘ନେସ୍କୋ’ ଠାରୁ ‘ଟାଟା’ ସଂସ୍ଥା ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିଲେ ମଧ୍ୟ ବିଦ୍ୟୁତ୍ ସେବାରେ ସେପରି ଉନ୍ନତି ପରିଲକ୍ଷିତ ହୋଇଥିବାର ଦେଖାଯାଇ ନାହିଁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close