ଋଥ ଯାତ୍ରା ପାଇଁ ବ୍ୟାସନଗର ସ୍ଥିତ ‘ପାଦୁକାଶ୍ରମ’ ପକ୍ଷରୁ ପ୍ରସ୍ତୁତି ବୈଠକ

ବ୍ୟାସନଗର,୩୦/୦୫(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈରାଂଚଳର ୦୨ ନଂ. ୱାର୍ଡର ପନାସିଆ ଠାରେ ଅବସ୍ଥିତ ‘ପାଦୂକାଶ୍ରମ’ ପକ୍ଷରୁ ଏଠାରେ ପୂଜା ପାଉଥିବା ମହାପ୍ରଭୁୂ ଜଗନ୍ନାଥ, ମା’ ସୁଭଦ୍ରା ଓ ପ୍ରଭୂ ବଳଭଦ୍ରଙ୍କ ଘୋଷ ଯାତ୍ରା ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ଅନୁଷ୍ଠିତ ହେବ । କରୋନା ମହାମାରୀ ପାଇଁ ବିଗତ ୦୨ ବର୍ଷ ଧରି ଏହି ଯାତ୍ରା ସୀମିତ ରହିଥିଲା । ଚଳିତ ବର୍ଷ ମହାମାରୀର ପ୍ରଭାବ ଅନେକାଂଶରେ ପ୍ରଶମିତ ହୋଇଥିବା ବେଳେ କଟକଣା ମଧ୍ୟ କୋହଳ ହୋଇଛି । ଫଳରେ ଆଶ୍ରମ ପକ୍ଷରୁ ଏବର୍ଷ ଯଥା ରୀତି ନୀତି ଅନୁଯାୟୀ ରଥ ଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଦୀର୍ଘ ୦୯ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ସଂପନ୍ନ ହେବା ସହ ଶ୍ରଦ୍ଧାଳୁ ଓ ଆଗନ୍ତୁକମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିବାର ଜଣାଯାଇଛି । ଏହି ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରାଯିବା ପାଇଁ ଗତ କାଲି ୨୯/୦୫/୨୦୨୨ ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ କାର୍ଯ୍ୟକ୍ରମ ପାଇଁ ମନ୍ଦିର ପରିଚାଳନା କମିଟିକୁ ସାଧୂବାଦ ଜଣାଇବା ସହ ସ୍ଥାନୀୟ ଅଂଚଳରେ ଏହି ୯ ଦିନର କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଶ୍ରୀ ଜଗନ୍ନାଥ ଚିନ୍ତା ଚେତନାର ପରିପ୍ରକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close