ଆରପାରିରେ ପ୍ରବଚକ ଚାରଣ ରାମ ଦାସ

ଭୁବନେଶ୍ୱର; ୨୫/୦୫ ( ଜ୍ୟୋତି ରଞ୍ଜନଙ୍କ ଠାରୁ) :  ଘରେ ଘରେ ପରିଚିତ ସୁପ୍ରବଚକ ଚାରଣ ରାମ ଦାସଙ୍କର ୬୧ ବର୍ଷ ବୟସରେ କରୋନାରେ ପରଲୋକ ଘଟିଛି। ପ୍ରତିଷ୍ଠିତ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଚାରଣ ରାମଦାସ କରୋନାରେ ଆରପାରିକୁ ଚାଲିଯାଇଛନ୍ତି। ସୂଚନାନୁଯାୟୀ  ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ପୁରୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନରେ ରଖାଯାଇଥିଲା। ହେଲେ  ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା  ଅଧିକ ଗୁରୁତର ହେବା ପରେ  ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ୨୪ତାରିଖ ରାତ୍ର ୧୦ଟାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।

ଚାରଣ ରାମ ଦାସ ଓଡିଶାର ଘରେ ଘରେ ପରିଚିତ ଜଣେ ବ୍ୟକ୍ତିତ୍ବ। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରବଚନ ଦେଇ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ  ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ,  ତରଙ୍ଗ , ମଞ୍ଜରୀ, ପ୍ରାର୍ଥନା ଆଦିରେ  ପ୍ରବଚକ ଭାବେ କାର୍ଯ୍ୟ କରୁଥିଲେ। ଏକ ବିଶିଷ୍ଠ ପ୍ରବଚକ ଭାବରେ ଚାରଣ କୋଣ ଅନୁକୋଣରେ ପରିଚିତ ଥିଲେ। ଜଗନ୍ନାଥ ପ୍ରେମୀ ,ଜଗନ୍ନାଥ ସଂସ୍କୃତି ,ହିନ୍ଦୁଧର୍ମର  ପ୍ରବଚକ  ଚାରଣ ରାମ ଦାସଙ୍କ ଦେହାନ୍ତରେ ସମଗ୍ର ରାଜ୍ୟ ତଥା ଦେଶରେ ଶୋକର ଛାୟା ଖେଳିଯାଇଛି। ଅନେକ ସ୍ମୃତି କୁ ଛାଡି ଚାଲିଯାଇଛନ୍ତି ଚାରଣ। କେବଳ ଜଗନ୍ନାଥ ସଂସ୍କୃତି ନୁହେଁ ତାଙ୍କର ରାମାୟଣ, ମହାଭାରତ, ଶୈବ୍ୟ ସଂସ୍କୃତି ଏବଂ ଦେବୀ ସଂସ୍କୃତି ଉପରେ ବେଶ ପାଣ୍ଡିତ୍ୟ ରହିଥିଲା। ତାଙ୍କର ପ୍ରବଚନ ସମସ୍ତଙ୍କ ହୃଦୟରେ ସ୍ମୃତି ହୋଇ ରହିଛି ଏବଂ ଚିରଦିନ ପାଇଁ ରହିଥିବ ମଧ୍ୟ।  ଏହି ଶୋକ ଖବର ପ୍ରକାଶ ପରେ ସିନେ ଜଗତ,ଯାତ୍ରାଜଗତ,କଳାକାର ,ମିଡ଼ିଆ ଜଗତରେ ଶୋକର ଲହରୀ ଖେଳିଯାଇଛି। ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close