ନୱାଡ଼ା ଆର୍ନ୍ତଜାତିକ ଚଳଚିତ୍ର ମହୋତ୍ସବରେ ୨ଟି ଓଡ଼ିଆ ଚଳଚିତ୍ର ୦୭ଟି ପୁରସ୍କାର ହାତେଇଲା

ନୱାଡ଼ା, ୦୧/୦୯: ବିହାରର ନୱାଡ଼ା ଜିଲ୍ଲାର ମୁଖ୍ୟାଳୟ ନୱାଡ଼ା ସହରରେ ତା ୨୭/୮/୨୦୨୩ରେ ଅନୁଷ୍ଠିତ ହୋଇଯାଇଛି ‘ଆର୍ନ୍ତଜାତିକ ଚଳଚିତ୍ର ମହୋତ୍ସବ’ । ଏଥିରେ ବିଶ୍ୱର ୮୪ଟି ଦେଶ ଭାଗ ନେଇଥିବା ବେଳେ ୩୫୦୦ରୁ ଅଧିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ହେଲେ ଏଥିରେ ଗୈାରବର ସହ ୦୨ଟି ଓଡ଼ିଆ ଚଳଚିତ୍ର ‘ଅଭିମାନିନୀ’ ଏବଂ ‘ମହିରୁହ’ ୦୬ଟି ବର୍ଗରେ ୦୭ଟି ପୁରସ୍କାର ହାସଲ କରିଛି, ଯାହା ଓଡ଼ିଶାର ଚଳଚିତ୍ର ଜଗତକୁ ସ୍ମରଣୀୟ କରିଛି । ହିତେଶ କୁମାରଶିଳ୍ପୀକେଶୁ ଦାସଙ୍କ ଲିଖିତ’ଅଭତମାନିନୀ’ ଚଳଚିତ୍ରର ସଂଳାପ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଚଳଚିତ୍ର ‘ମହିରୁହ’ର ନିର୍ଦ୍ଦେଶକ ହିତେଶ କୁମାର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍‌ତି । ସେହିପରି ଏହି ଚଳଚିତ୍ରର ଶ୍ରେଷ୍ଠ କଳାକାର ଭାବେ ଶିବାନନ୍ଦ ବିଶ୍ୱାଳହରିହର ପୁହାଣଙ୍କୁ ଚୟନ କରାଯାଇଛି । ଶ୍ରେଷ୍ଠ ଉତ୍ସାହଜନକ ପ୍ରାମାଣିକ ଚଳଚିତ୍ର ଭାବେ ‘ମହିରୁହ’କୁ ବଛାଯାଇଛି । ‘ଅଭିମାନିନୀ’ ଚଳଚିତ୍ରର ଶ୍ରେଷ୍ଠ ଅଭିନେତା ଭାବେ ଶିଳ୍ପୀକେଶୁ ଦାସ ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଆ କ୍ଷୁଦ୍ର ଚଳଚିତ୍ର ‘ଅଭିମାନିନୀ’ ୦୯ମିନିଟର ହୋଇଥିବା ବେଳେ ଏବଂ ‘ମହିରୁହ’ ୦୭ମିନିଟର ଅଟେ । ‘ମହିରୁହ’ ଚଳଚିତ୍ରରେ ନିର୍ଦ୍ଦେଶକ ହିତେଶ କୁମାର ସ୍ୱଳ୍ପ ସମୟ ମଧ୍ୟରେ ଦୁନିଆକୁ ଭଲ ବାର୍ତ୍ତା ଦେବାର ପ୍ରୟାସ କରିଥିଲେ । ଗଛ କାଟିବା କିଭଳି ଦାରୁଣ ଘଟଣା ତାହା ବୁଝାଇବା ସହ ଜୀବନକାଳ ମଧ୍ୟରେ ପ୍ରତ୍ୟେକ ଅତ୍ୟନ୍ତ ପକ୍ଷେ ଗୋଟିଏ ଗଛ ଲଗାଇ ତାହାକୁ ବଂଚାଇବାକୁ ସେ ଚେଷ୍ଟା କରିଛନ୍ତି । ପ୍ରକାଶଥାଉକି, ହିତେଶ କୁମାର, ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଂଚଳର ହୋଇଥିବା ବେଳେ ଅନ୍ୟତମ ନିର୍ଦ୍ଦେଶକ କ୍ରିଷ୍ଣା ବି କେ, ଗଂଜାମ ଜିଲ୍ଲା ହିଜିଂଳିକାଟୁ ଅଂଚଳର ଏବଂ ଶିଳ୍ପୀକେଶୁ ବାଲେଶ୍ୱର ଅଂଚଳର । ଏହି ଓଡ଼ିଆ ଯୁବ ପ୍ରତିଭାମାନଙ୍କୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅଶେଷ ଅଶେଷ କୃତଜ୍ଞତା ଜଣାଇବା ସହ ହିତେଶ କୁମାରଙ୍କ ପାଇଁ ଆମେ ବିଶେଷ ଗର୍ବିତ ବୋଲି କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close