୦୯ ଗୋଟି ଦୁର୍ନୀତି ପ୍ରସଙ୍ଗକୁ ନେଇ ଯାଜପୁର ବ୍ଳକ୍ କଂଗ୍ରେସ ପକ୍ଷରୁ ଘେରାଉ ଓ ପ୍ରତିବାଦ ସଭା

ଯାଜପୁର, ୧୮ା୦୮(ଉ.ନ୍ୟୁଜ୍ ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାରେ ଗତ କାଲି ଶୁକ୍ରବାର ପ୍ରତ୍ୟେକ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ୦୯ଗୋଟି ଦୁର୍ନୀତି ପ୍ରସଙ୍ଗକୁ ନେଇ ଘେରାଉ ଓ ପ୍ରତିବାଦ ସଭା କରାଯାଇଥିବା ବେଳେ ଯାଜପୁର ବ୍ଳକ୍ କଂଗ୍ରେସ୍ କମିଟିର ସଭାପତି ଗଦାଧର ଦାସଙ୍କ ସଭାପତିତ୍ୱରେ ଯାଜପୁର ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଘେରାଉ କରାଯାଇଥିଲା । ବିଜେଡ଼ି ସରକାରଙ୍କର ସମୟରେ ବ୍ଳକ୍‌ରେ ବ୍ୟାପକ ଦୁର୍ନୀତି ହେବା ସହ ଖୁଲମଖୁଲା ପିସି କାରାବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି ଓ ‘ଟାଟା’ କମ୍ପାନୀ ତରଫରୁ ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୨୫ବର୍ଷର ବିଜେଡ଼ି ସରକାରଙ୍କ ଶାସନ କାଳ ମଧ୍ୟରେ ଜଳସେଚନ ପାଇଁ କେନାଲ ଖୋଳା ଯାଇପାରିନାହିଁ, ଚାଷୀମାନଙ୍କର କାଳିଆ ଟଙ୍କାକୁ ଅଣଚାଷୀମାନେ ନେଇଯାଉଛନ୍ତି । ବିଜେଡ଼ି ସରକାର ଗୋଟିଏ ମାତ୍ର ଶିଳ୍ପ ପ୍ରତିଷ୍ଠା କରିନଥିବା ବେଳେ କଂଗ୍ରେସ ସରକାରଙ୍କ ଅମଳରେ ପ୍ରତିଷ୍ଠା କରାଯାଇଥିବା ଶିଳ୍ପ ଗୁଡ଼ିକୁ ଶାଗ ମାଛ ଦରରେ ବିକ୍ରି କରିଦେଇଛନ୍ତି । ଆବାସ ଯୋଜନାରେ ଦୁର୍ନୀତିର ଚେର ପ୍ରତ୍ୟେକ ପଂଚାୟତକୁ ମାଡ଼ିଯାଇଛି । ପ୍ରକୃତ ହିତାଧିକାରୀ ରାସନ୍‌କାର୍ଡ଼ ପାଉନଥିବା ବେଳେ ବିଜେଡ଼ି କର୍ମୀମାନଙ୍କ ଘରେ ୪/୫ଟି ରାସନ୍ କାର୍ଡ଼ ଥିବାର ଅଭିଯୋଗ ହୋଇଛି । ବିଦ୍ୟାଳୟଗୁଡ଼ିକ ରୂପାନ୍ତରିତ କ୍ଷେତ୍ରରେ ଶହ ଶହ କୋଟି ହରିଲୁଟ୍ ହଉଛି । ପନିପରିବାର ଦରଦାମ ବୃଦ୍ଧି ଆକାଶଛୁଆଁ ହେଉଛି । ଟାଟା କମ୍ପାନୀ ବକେୟା ବିଲ୍ ଆଦାୟ ନାମରେ ଖାଉଟିମାନଙ୍କୁ ଶୋଷଣ କରୁଥିବା ହେତୁ ଉପସ୍ଥିତ ନେତୃ ମଣ୍ଡଳୀମାନେ ପ୍ରତିବାଦ କରିଛନ୍ତି । ଏହି ୯ଗୋଟି ଦୁର୍ନୀତି ସମ୍ମିଳତ ଏକ ଦାବୀପତ୍ର ଯାଜପୁର ବ୍ଳକ୍ ବିଡ଼ିଓ ସୌରଭ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରିଛନ୍ତି । ଏହି ପ୍ରତିବାଦ ସଭାରେ ସର୍ବଶ୍ରୀ ଜିଲ୍ଲା କଂଗ୍ରେସ୍ ସଭାପତି ମନୋଜ କୁମାର ରାଉତ, ଯାଜପୁର ବିଧାନସଭା ମଣ୍ଡଳୀର ନେତା ସନ୍ତୋଷ ନନ୍ଦ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ବଳଭଦ୍ର ଦାସ, ଦିଗମ୍ବର କର, ଭାସ୍କର ମହାନ୍ତି, ବିଳାସ ରାଉତରାୟ, ବିଭୂତି ମହାପାତ୍ର, ସନ୍ତୋଷ ବେହେରା, ହୃଷୀକେଶ ପତି, ଦୁର୍ଯ୍ୟୋଧନ ବେହେରା, ଦିଲ୍ଳୀପ ଦାସ, ଅଶୋକ କୁମାର ଦାସ, ନକୁଳ ଦେବ ସାହୁ, ରଘୁନାଥ ମାଝି, ଉଦ୍ଧବ କର, ଜଗବନ୍ଧୁ ଜେନା, ନାରାୟଣ ଚନ୍ଦ୍ର ସାମନ୍ତ, ଆଲୋକ ବେହେରା, ଗଣେଶ ଦାସ, କପିଳ ଦଳେଇ, ଅକ୍ଷୟ ଶତପଥି, ଉତ୍କଳ ପାଣିଗ୍ରାହୀ, ମାନସ ପଣ୍ଡା, ପ୍ରଦୀପ େବେହୁରିଆଙ୍କ ସମେତ ଶତାଧିକ କଂଗ୍ରେସ୍ କର୍ମୀ ଏହି ସଭାରେ ଯୋଗଦେବା ସହ ସରକାରଙ୍କ ବିରୋଧରେ ଦୃଢ଼ ପ୍ରତିବାଦ କରିଥିଲେ । ସର୍ବଶେଷରେ ଭରତ ଚନ୍ଦ୍ର ସାମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close