କାଳିଆପାଣି ‘ଇମ୍ଫା’ ଖଣିରେ କ୍ରସରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଆଶଙ୍କା, ଅନ୍ୟ ଜଣେ ଗୁରୁତର; ଉଦ୍ଧାର କାର୍ଯ୍ୟ ଜାରୀ

କାଳିଆପାଣି,୨୩/୫(ରବୀନ୍ଦ୍ର କୁମାର ଭଂଜ/ଆକାଶଜ୍ୟୋତି ମହାପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ ଉପତ୍ୟକାର କାଳିଆପାଣି ଖଣି ଅଂଚଳରେ ଚାଲୁ ରହିଥିବା ଘରୋଇ ଖଣି ସଂସ୍ଥା ‘ଇମ୍ଫା’ରେ ଆଜି ରାତ୍ରୀରେ ଖଣିର କ୍ରସରରେ କାର୍ଯ୍ୟ ଚାଲୁଥିବା ବେଳେ ରାତ୍ର ପ୍ରାୟ ୮ଟା ୩୦ମି ପାଖାପାଖି କ୍ରସରଟି ହଠାତ୍ ଭାଙ୍ଗି ପଡିବାରୁ କାର୍ଯ୍ୟରତ ୦୨ଜଣ ଶ୍ରମିକ ମାଲ ଭିତରେ ପୋତି ହୋଇଯାଇଥିଲେ । ଏହି ଦୁର୍ଘଟଣାରେ କାଳିଆପାଣି ଥାନା ଅର୍ନ୍ତଗତ କୁସୁମୁଣ୍ଡିଆର ମୁନା ଲୁହାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ଅନ୍ୟ ଜଣେ କର୍ମଚାରୀ ଚିରୁଗୁଣିଆର ସୁବାଷ ମୁଣ୍ଡା ଗୁରୁତର ହୋଇଥିବା ବେଳେ ସେ ମାଲ ତଳେ ପୋତି ହୋଇ ରହିଛନ୍ତି । ଜେସିବି ଦ୍ୱାରା ମାଲ ସଫା କରି ତାଙ୍କ ମୁହଁରେ ଅକ୍ସିଜେନ ଲଗାଇ ତାଙ୍କୁ ଉଦ୍ଧାର କରାଯାଉଥିବାର ସୂଚନା ମିଳିଛି । କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସୂଚନା ଅନୁଯାୟୀ ଉଦ୍ଧାର କାର୍ଯ୍ୟ ଚାଲୁରହିଛି । ସେମାନଙ୍କୁ ସେଠାରୁ ବାହାର କରିବା ପାଇଁ ଉଦ୍ୟମ ଜାରୀ ରହିଛି । ଉଦ୍ଧାର କାର୍ଯ୍ୟ ଖୁବ କଷ୍ଟସାଧ୍ୟ ହୋଇଥିବାରୁ ପ୍ରକୃତ ସୂଚନା ରାତ୍ର ୦୨ଟା ପରେ ଜଣାଯିବ ବୋଲି ଶ୍ରୀ ମୁଦୁଲି କହିଛନ୍ତି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ବେଳେ ତଦନ୍ତ ଜାରୀ ରଖିଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close