ରେଲୱେ ହକର୍ସ ନେତା ସ୍ବର୍ଗତ ଅଜୟ ଜେନାଙ୍କ ବିୟୋଗରେ ସି ଆଇ ଟି ୟୁ ପକ୍ଷରୁ ଶୋକସଭା

ବ୍ୟାସନଗର ; ୨୨/୦୫ ( ବସନ୍ତ କୁୁୁମାର ପାତ୍ରଙ୍କ ଠାରୁ ) :  ଓଡିଶା ରେଲୱେ ହକର୍ସ ୟୁନିଅନର ଯାଜପୁର ଜିଲ୍ଲାର ନେତା ଅଜୟ କୁମାର ଜେନାଙ୍କ ବିୟୋଗରେ ଏକ ଶୋକସଭା ଡୋଲୀପୁର ନେତାଜୀ ନଗରସ୍ଥିତ ସି ଆଇ ଟି ୟୁ ଜିଲ୍ଲା କାର୍ଯ୍ୟାଳୟରେ ସି ଆଇ ଟି ୟୁ ର ଆଞ୍ଚଳିକ କମିଟି ସଭ୍ୟ ଧୀରେନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସି ଆଇ ଟି ୟୁ ର ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଯାଜପୁର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ମହିଳାନେତ୍ରୀ ବିଜୟାଲଷ୍ମୀ ମହାନ୍ତି, ବେବିନା ଜେନା, ସି ଆଇ ଟି ୟୁ ର ସନ୍ତୋଷ ବରାଳ, ପ୍ରଦୀପ ମହାନ୍ତି, ଦିଲ୍ଲୀପ ଦାସ, ମାଧବ ବେହେରା, ଏସ କେ ଇମତାଜ, ଅରୁଣ ଦଳେଇ, ବିନୋଦ ନାଥ, ପବିତ୍ର ବାରିକ ପ୍ରମୁଖ ପ୍ରଥମେ ସ୍ବର୍ଗତ ଅଜୟ ଜେନାଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ !ଏଠାରେ ସୂଚନାଯୋଗ୍ୟ ତାଙ୍କର ପିତା କୀର୍ତ୍ତନ ଜେନା ଡୋଲୀପୁର ବଜାରରେ ଖସାଲଡୁ ଓ ବାଦାମ ଲଡ଼ୁ ବେପାର କରୁଥିଲେ !ବାପାଙ୍କ ଦେହାନ୍ତ ପରେ ଖୁବ କମ ବୟସରୁ ବାପାଙ୍କ ବ୍ୟବସାୟ କୁ ଆଦରି ନେଇଥିଲେ !ପରବର୍ତ୍ତୀ ଅବସ୍ତାରେ ଧଉଳି ଏକ୍ସପ୍ରେସ ରେ ଚଣା ବ୍ୟବସାୟ ଆରମ୍ଭ କଲେ ଏବଂ ଓଡିଶା ରେଲୱେ ହକରସ ୟୁନିଅନ ସହିତ ନିଜର ସମ୍ପର୍କ ସ୍ଥାପନ କରି ଯାଜପୁର ଜିଲ୍ଲାର ହକରସ ମାନଙ୍କୁ ନେଇ ଏକ କମିଟି ଗଠନ କରିଥିଲେ !ଯେଉଁ କମିଟି ରେ ସଭାପତି ଥିଲେ ସି ଆଇ ଟି ୟୁ ନେତା ପ୍ରଫୁଲ୍ଲ ନାୟକ !ଅଜୟ ଅନେକ ଗରିବ ପିଲାଙ୍କୁ ଟ୍ରେନ ରେ ହକିଙ୍ଗ କରିବାକୁ ସୁଯୋଗ ଦେଇଥିଲେ !ଆର ପି ଏଫ ଓ ଜି ଆର ପି ଙ୍କ ଦ୍ୱାରା ଅନେକ ସମୟ ରେ ଆକ୍ରମଣ ର ଶିକାର ହୋଇଥିଲେ ମଧ୍ୟ ସଂଗଠନ ସହିତ ରହିଥିଲେ !ସେ ଜଣେ ମିଷ୍ଟଭାଷି, ପରୋପକାରୀ ଓ ସୁସଂଗଠକ ଥିଲେ ତାଙ୍କର ମୃତ୍ୟୁରେ ରେଲୱେ ହକର୍ସ ୟୁନିଅନ ଓ ସି ଆଇ ଟି ୟୁ ଜଣେ ଭଲ କର୍ମୀ ଓ ନେତାଙ୍କୁ ହରାଇଲା ଯାହା ଫଳରେ ମିଳିତ ଆନ୍ଦୋଳନ ରେ ବିଶେଷ କ୍ଷତି ହେଲା ବୋଲି ପ୍ରଫୁଲ୍ଲ ନାୟକ ଓ ବିଦ୍ୟାଧର ମହାନ୍ତି ନିଜବକ୍ତବ୍ୟ ରେ ପ୍ରକାଶ କରିଛନ୍ତି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close