ମରଚାଇପଦା ଗ୍ରାମରେ ଶନିଦେବଙ୍କ ବିଗ୍ରହ ପ୍ରତିଷ୍ଠା

ହାଟଡ଼ିହି ; ୨୧/୦୫(ଉ.ପ୍ର) : ହାଟଡ଼ିହି ବ୍ଲକ ସୋସୋ ପଞ୍ଚାୟତ ମରଚାଇପଦା ଗ୍ରାମରେ ଶନିଦେବଙ୍କର ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଶନିଦେବଙ୍କ ମୂର୍ତ୍ତି ପ୍ରତିଷ୍ଠା ସହ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । କୋଭିଡ କଟକଣା ଭିତରେ ପୂଜାକାର୍ଯ୍ୟ ସମାପନ ପରେ ଶନିଦେବଙ୍କୁ ଗ୍ରାମରେ ଭ୍ରମଣ କରାଇ ସ୍ଥାପନ କରାଯାଇଥିଲା। ଏହି ପୂଜା କାର୍ଯ୍ୟରେ ଗ୍ରାମର ଅଳ୍ପ ସଂଖ୍ୟକ ଲୋକ ସାମିଲ ଥିଲେ। ପୂଜକ ରାମଚନ୍ଦ୍ର ପଣ୍ଡା , ବଳରାମ ଶତପଥୀ ଏବଂ ପ୍ରଶ୍ନଜିତ ପଣ୍ଡା ଯଥାବିଧି ଅନୁସାରେ ପୂଜା କାର୍ଯ୍ୟ କରିଥିଲେ। ଗ୍ରାମର ଶଙ୍ଖାଳି ଚରଣ ରାଉଳ,ଅଜିତ ରାଉତ, ଟୁଟୁ ଦେହୁରୀ,  ରବିନ୍ଦ୍ର ମହାନ୍ତି, ନିରଞ୍ଜନ ମହାନ୍ତି, ଗଙ୍ଗାଧର ରାଉତ,ଗୋବର୍ଦ୍ଧନ ରାଉତ, ରାଧଶ୍ୟାମ ରାଉତ,ଗିରିଶ ଚନ୍ଦ୍ର ମହାନ୍ତି ଗ୍ରାମର ଅନ୍ୟ ସଦସ୍ୟବୃନ୍ଦ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close