ଜଳେଶ୍ୱର-ହାୱଡା ମେମୁ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ୱର/ଜଳେଶ୍ବର;୨୬/୦୨(ବ୍ରଜ ଗୋପାଳ ସେନଙ୍କ ଠାରୁ): ପୁଣି ଗଡ଼ିଲା ଜଳେଶ୍ୱର-ହାଉଡା ମେମୁ ଲୋକାଲ ଟ୍ରେନ। ଏଠାରେ ସୂଚନାଥାଉକି କୋଭିଡ କଟକଣା ପାଇଁ ଦୀର୍ଘଦିନ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଯାହାପାଇଁ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିଲା। ଟ୍ରେନ ଚଳାଚଳ ପାଇଂ ଜଳେଶ୍ୱର ରେଳ ଇଉଜାର୍ସ କମିଟି, ବ୍ୟବସାୟୀ ସଂଗଠନ, ସାଧରଣ ଲୋକେ ଟ୍ରେନ ଚଳାଚଳ ପାଇଁ ଦାବି କରି ଆସୁଥିଲେ । ତେବେ ଦିର୍ଘଦିନର ବ୍ୟବଧାନ ପରେ ଆଜି ଦ୍ୱିତୀୟ ଥର ପାଇଁ ଜଳେଶ୍ୱର-ହାୱଡା ମେମୁ ଲୋକାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

ଏହି ଟ୍ରେନ ଜଳେଶ୍ୱର ଷ୍ଟେସନରୁ ସକାଳ 6.10 ଛାଡି, ହାଉଡା ଷ୍ଟେସନରେ 9.40 ରେ ପିହଁଚିବ । ଯାହାଦ୍ୱାରା ବ୍ୟବସାୟୀ ଓ ରେଳ ଯାତ୍ରୀମାନେ ବେସ ଖୁସିଥିବା ଦେଖିବାକୁ ମିଳିଥିଲା। ତେବେ ଯାତ୍ରୀମାନଙ୍କ ପାଇଁ କୋଭିଡ ନିୟମ କଡାକଡି ସହିତ ବାଧ୍ୟତା ମୂଳକ କରାଯାଇଛି। ଆଗାମୀ ଦିନରେ ଆଵଶ୍ୟକତା ଅନୁଯାୟୀ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଟ୍ରେନ ଚଳାଚଳ କିରିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close