ବଢ଼ିଲା ଲକଡାଉନ ସମୟ , ଜୁନ ୧ ଯାଏଁ ଜାରି ରହିବ କଟକଣା

 

ଭୁବନେଶ୍ୱର; ୧୮/୦୫ (ଜ୍ୟୋତି ରଞ୍ଜନଙ୍କ ଠାରୁ) : ଓଡ଼ିଶାରେ କରୋନା ମହାମାରୀ ନିଜର କାୟା ବିସ୍ଥାର କରିଚାଲିଥିବା ସ୍ଥଳେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଜାରି ରହିଥିବା ଲକଡାଉନ ଅବଧିକୁ ଜୁନ ୧ ଯାଏଁ ବଢ଼ାଯାଇଛି। ଲକଡାଉନ -୨ ରେ କେତକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି। ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ୪ଘଣ୍ଟା ପନିପରିବା, ତେଜରାତି ଦୋକାନ, ଫଳ ଦୋକାନ, ମାଛ, ମାଂସ ଦୋକାନ ଖୋଲା ରହିବାର ବ୍ୟବସ୍ଥା ରହିଛି। ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ କେବଳ ହୋମ୍‌ ଡେଲିଭରି ଦେଇପାରିବେ। ସମସ୍ତ ପ୍ରକାର ମାଲ୍‌ ପରିବହନ, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବାକଟକଣାମୁକ୍ତ ରହିଛି। ଟିକାକରଣ କେନ୍ଦ୍ର, କୋଭିଡ୍‌ ଟେଷ୍ଟିଂ ସେଣ୍ଟର ଗୁଡ଼ିକ ଖୋଲା ରହିବ । ବିବାହ , ବ୍ରତ ଉତ୍ସବରେ ସର୍ବାଧିକ ୨୫ ଜଣ, ଶେଷକୃତ୍ୟ କର୍ମରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ ବୋଲି ଦର୍ଶାଇଛନ୍ତି। ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ ବୋଲି ନିର୍ଦ୍ଧାରିତ କରାଯାଇଛି। ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଖୋଲା ରହିବ। ନିର୍ମାଣ ସାମଗ୍ରୀ ଦୋକାନ, ବହି ଦୋକାନ ଖୋଲା ରହିବ। କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କାର୍ଯ୍ୟଜାରି ରହିବ । ଇଲେକ୍ଟ୍ରିସିଆନ, ଏସି-ଫ୍ରିଜ୍‌-କୁଲର ଆଦି ମରାମତି କରୁଥିବା ମିସ୍ତ୍ରୀ, ପ୍ଲମ୍ବର, ଆଇଟି ଟେକ୍ନିସିଆନ, କାଠ କାରିଗର ନିଜ କାମ ମଧ୍ୟ କରିପାରିବେ । ମୋବାଇଲ ମରାମତି ଦୋକାନ, ଗାଡ଼ି ମରାମତିକରୁଥିବା ଗ୍ୟାରେଜ ଖୋଲା ରହିବ । ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ,ପରିମଳ ସେବା, ଟେଲିଫୋନ ଓ ଇଣ୍ଟରନେଟ ସେବା, ଡିଟିଏସ୍‌ ସେବା, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ। ବ୍ୟାଙ୍କ, ଏଟିଏମ, ଇନସ୍ୟୁରାନ୍ସ, ଅଣ-ବ୍ୟାଙ୍କିଙ୍ଗଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି ନିଜ କାର୍ଯ୍ୟ ଜାରି ରଖିପାରିବେ। ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ବିତରଣ କରିପାରିବେ। ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଯାତାୟାତ ଚାଲୁ ରହିବ । ଆଇଟି ସଂସ୍ଥାଗୁଡ଼ିକ ୨୫ % କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିପାରିବେ।

ଏହା ସହିତ କେତେକ ସେବା ବନ୍ଦ ରଖିବାକୁ ମଧ୍ୟ ନିର୍ଦେଶନାମା ରହିଛି।
ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂସେଣ୍ଟର ଆଦି ବନ୍ଦ ରହିବ। ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ କେବଳ ଅତ୍ୟାବଶ୍ୟକ କ୍ଷେତ୍ରକୁ ଛାଡି। ସେଲୁନ, ସ୍ପା, ବିୟୁଟି ପାର୍ଲର ମଧ୍ୟ ବନ୍ଦ ରହିବ। ମଲ୍‌, ଜିମ୍‌, ଥିଏଟର, ବାର୍‌,ଯାତ୍ରା, ମୁକ୍ତାକାଶ ରଂଗମଞ୍ଚ ,ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମା ହଲ୍‌,ମାର୍କେଟ କମ୍ପେ୍ଲକ୍ସ ଓ ସର୍ବସାଧାରଣ
ମନୋରଞ୍ଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବାର ନିର୍ଦ୍ଦେଶ ରହିଛି।ମନେରଖିବା ସାମାଜିକ ଦୂରତା, ହାତ ଧୋଇବା, ମାସ୍କ ପରିଧାନ କରିବା, ଘରେ ରହିବା ସୁସ୍ଥ ରହିବା।

 

 

 

 

 

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close