ଯାଜପୁରରୋଡ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଶାଖାରେ କମୁଛନ୍ତି ଷ୍ଠାଫ୍ ହେଲେ ବଢ଼ୁଛନ୍ତି ଆଇ.ପି, କେମିତି ମିଳିବ ସେବା…..!

ବ୍ୟାସନଗର,୧୪/୫(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଯେଉଁ କର୍ମଚାରୀମାନେ ସରକାରୀ ନୁହଁନ୍ତି, ମାତ୍ର ସେମାନେ ନିୟମିତ ଭାବେ ଏକ ସଂସ୍ଥା, କାରଖାନା, ବେସରକାରୀ ସ୍କୁଲ, କଲେଜ, ବ୍ୟବସାୟିକ ପ୍ରତିଷ୍ଠାନ ଆଦିରେ କାମ କରୁଛନ୍ତି ସେମାନଙ୍କ ପାଇଁ ଭାରତ ସରକାରଙ୍କ (କର୍ମଚାରୀ ଭବିଷ୍ୟନିଧି ଯୋଜନା, (ଇ.ପି.ଏଫ) ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ.ଆଇ.ସି) ଯୋଜନା ବରଦାନ ସଦୃଶ । ସରକାର ମଧ୍ୟ ଚାହୁଁଛନ୍ତି କିପରି ଅଧିକରୁ ଅଧିକ ବ୍ୟକ୍ତି କିପରି ଏହି ଯୋଜନାରେ ସାମିଲ ହେବେ ଓ ସେମାନଙ୍କ ଜୀବନ ଏହି ଅମୂଲ୍ୟ ଓ ସୁରକ୍ଷିତ ଯୋଜନାରେ ସାମିଲ ହୋଇପାରିବ । ଭବିଷ୍ୟତ ପାଇଁ କେନ୍ଦ୍ର ଭବିଷ୍ୟନିଧି ସଂଗଠନ କାର୍ଯ୍ୟ କରୁଥିବା ବେଳେ ଶ୍ରମିକ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ନିଜ ଓ ନିଜ ପରିବାର ପାଇଁ ଇ.ଏସ.ଆଇ ଡ଼ାକ୍ତରଖାନାରେ ମାଗଣାରେ ଚିକିତ୍ସା ସହ ମେଡିସିନ ଯୋଗାଣ, ଦୁର୍ଘଟଣା ଜନିତ ଚିକିତ୍ସା, ବଡ଼ ବଡ଼ ଅପରେସନ ଆଦି ଘଟଣାରେ ଇ.ଏସ.ଆଇ.ସି ସହଯୋଗ କରିଥାଏ । ତେଣୁ ବର୍ତମାନ ସମୟରେ ଇ.ଏସ.ଆଇ.ସି କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଆଶା ଓ ଭରସାର କିରଣ ପାଲଟୁଥିବା ବେଳେ ବହୁ ସ୍ଥାନରେ କିନ୍ତୁ ବ୍ୟବସ୍ଥାର ଭିତିଭୂମି ଦୁର୍ବଳ ହେବାରେ ଲାଗିଛି । ଉଦାହରଣସ୍ୱରୂପ, ଓଡ଼ିଶାର ଯାଜପୁର ଜିଲ୍ଲାର ଯାଜପୁରରୋଡ ଇ.ଏସ.ଆଇ.ସି ଶାଖା । ଏହି ଶାଖା ଅଧିନରେ ଯାଜପୁର ଓ ଭଦ୍ରଖ ୨ଟି ଜିଲ୍ଲାର କର୍ମଚାରୀ ଓ ଶ୍ରମିକମାନେ ନିର୍ଭର କରୁଥିବା ବେଳେ ଏବେ ଏଠାରେ ମାତ୍ର ୦୩ଜଣ କର୍ମଚାରୀ ଅଛନ୍ତି । ଭାରତର ଇସ୍ପାତ ରାଜଧାନୀ କଳିଙ୍ଗନଗରର ଅଭ୍ୟୁଦୟ ପରେ ପରେ ଓ ବିଶେଷକରି ଏହି ଅଂଚଳର କାରଖାନାମାନେ ଉତ୍ପାଦନ କରିବା ପରେ ପରେ ୦୧/୦୬/୨୦୦୮ ଠାରୁ ହୁ ହୁ ହୋଇ ବୀମାଧାରୀ (ଇନ୍‌ସ୍ୟୁଅର୍ଡ଼ ପର୍ସନ, ଆଇ.ପି)ମାନଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଲା । ଏବେ ଏହି ସଂଖ୍ୟା ଆସି ପ୍ରାୟ ୮୭ହଜାର ଧରିଲାଣି । ଏହି ବିଶାଳ ବୀମାଧାରୀମାନଙ୍କୁ କିପରି ମାତ୍ର ୦୩ଜଣ କର୍ମଚାରୀ ସଠିକ୍ ସେବା ଦେବେ ତାହା ପ୍ରଶ୍ନବାଚୀ ହୋଇଛି । ଏହି ଶାଖା ଅଧିନରେ ଯାଜପୁରୋଡର ଫେରୋକ୍ରୋମ କଲୋନି ମଧ୍ୟରେ, ଡୁବୁରୀ ନିକଟବର୍ତୀ ପଙ୍କପାଳ ବଂଗଳା ଠାରେ, କେଉଁଝର ଜିଲ୍ଲା ବ୍ରାହ୍ମଣୀପାଳ ଠାରେ ୦୩ଟି ଇ.ଏସ.ଆଇ ମେଡିକାଲ ରହିଛି । ମେଡିକାଲମାନଙ୍କର କଥା ନ କହିବା ଭଲ । ଯାଜପୁରରୋଡ ଇ.ଏସ.ଆଇ ମେଡିକାଲରେ ଡ଼ା. ତ୍ରିଲୋଚନ ଦୀକ୍ଷିତଙ୍କ ବଦଳି ପରେ ଏଠାରେ ଦୀର୍ଘଦିନ ହେଲା ଡ଼ାକ୍ତର ସମସ୍ୟା ଲାଗି ରହିଛି । ଏବେ ସପ୍ତାହରେ ମାତ୍ର ଗୋଟିଏ ଦିନ ଏଠାରେ ଡ଼ାକ୍ତର ଆସୁଛନ୍ତି । ଡ଼ାକ୍ତରଖାନା ସକାଳ ୮ଟା ଖୋଲୁଥିଲେ ମଧ୍ୟ ଡ଼ାକ୍ତର ବାବୁ ୧୦ଟା ୩୦ମି. ପରେ ଆସି ୨ଟାରୁ ୨ଟା ୩୦ମି. ଭିତରେ ପଳାଉଛନ୍ତି । ୨ୟ ସିପ୍ଟ କରୁନାହାନ୍ତି । ସପ୍ତାହରେ ଗୋଟିଏ ଦିନ ତାହା ପୁଣି ୩ରୁ ୪ ଘଂଟା ରହୁଛନ୍ତି । ତେଣୁ କିଭଳି ଏଠାରେ ମେଡିକାଲ ଚାଲୁଥିବ ଓ ଇ.ଏସ.ଆଇ ସଂପର୍କିତ କାଗଜପତ୍ର ହେଉଥିବ ଏଥିରୁ ସହଜରେ ଅନୁମେୟ । ଏତେ ସଂଖ୍ୟକ ଆଇ.ପିଙ୍କ ପାଇଁ ଏଠାରେ ଅତ୍ୟନ୍ତ ପକ୍ଷେ ୨ସିପ୍ଟଆ ବ୍ୟବସ୍ଥା ସହ ଡ଼ାକ୍ତରଙ୍କ ଉପସ୍ଥିତି ଥିବା ବେଳେ ଏଠାରେ ଦୀର୍ଘଦିନ ଧରି କ’ଣ ଚାଲିଛି ତାହା ବୋଧହୁଏ ଜନପ୍ରତିନିଧି, ଉପରିସ୍ଥ ଅଧିକାରୀ ଆଦି କାହାରି ନଜରରେ ନ ଥିବା ଭଳି ମନେହୁଏ । ଏହାଛଡ଼ା ଇ.ଏସ.ଆ.ସି ଶାଖା ଅଫିସଟି ଦୀର୍ଘ ୨୫ ବର୍ଷ ଧରି ଭଡ଼ା ଘରେ ଚାଲୁଥିବା ଓ ବାରମ୍ବାର ଅଫିସର ଠିକଣା ବଦଳୁଥିବା ବେଳେ ଅଫିସଟି ସ୍ଥାନୀୟ ଦଳାର ଏପରି ଏକ ଜାଗାରେ ରହିଛି ଯେ, ତାହା ୨ଟି ଜିଲ୍ଲାର ବୀମାଧାରୀମାନଙ୍କ ଦୃଷ୍ଟିଗୋଚର ହେଉନାହିଁ କି ବୀମାଧାରୀମାନେ ବଡ କଷ୍ଟରେ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରୁ ଓହ୍ଲାଇ ସେଠାକୁ ଯାଇଥାନ୍ତି । ଖୁବ୍ ଶୀଘ୍ର ଶାଖା ଅଫିସଟି ପାଇଁ ନିଜସ୍ୱ ଗୃହ ନିର୍ମାଣ କରିବା ସହ ବର୍ତମାନ ପରିପ୍ରେକ୍ଷୀରେ ୮୭ ହଜାର ଆଇ.ପିଙ୍କ ସୁବିଧା ପାଇଁ ଷ୍ଟେସନ ପାଖକୁ ଶାଖା କାର୍ଯ୍ୟାଳୟ ଉଠି ଆସିବାକୁ ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close