ଯାଜପୁରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର, ୬ା୫ : ପ୍ରାକୃତିକ ବିପର୍ଯ୍ୟୟକୁ ଅଟକା ଯାଇପାରିବ ନାହିଁ । ତେବେ ତାହାର ମୁକାବିଲା ପାଇଁ ସାମୁହିକ ଭାବେ ବିପର୍ଯ୍ୟୟ ପରିଚାଳନା କରିବାକୁ ଆହ୍ୱାନ ଦେଇଚ୍ଥନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆଜି ଗୁରୁବାର ପୂର୍ବାହ୍ନରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମିତତ୍ତ ଏକ ପ୍ରସ୍ତୁତି ବୈଠକ ଭିଡିଓ କନପେଂରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀମତୀ ମଲ୍ଲିକ ବିଗତ ବର୍ଷମାନଙ୍କରେ ସମସ୍ତଙ୍କର ସହଯୋଗରେ ବିପର୍ଯ୍ୟୟ ମୁକାବିଲା ସପଂଳ ହୋଇଥିଲା ବୋଲି କହିଥିଲେ । ଅପର ପକ୍ଷରେ ବନ୍ଧ ମରାମତି, ଯେଉଁଠାରେ ପାଣି ଜମି ରହୁଚ୍ଥି ତାହାର ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣିର ସବୁଦିନିଆ ସମସ୍ୟାର ସମାଧାନ ପାଇଁ ଯେଉଁ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଚ୍ଥି ତାହାର ତ୍ୱରାନ୍ୱିତ ସହ ଜଳ ଯୋଗାଣ, ବନ୍ୟା ବାତ୍ୟା ପ୍ରଭାବିତଙ୍କୁ ଖାଦ୍ୟ, ପଲିଥିନ, ଓ÷୍ୟଷଧ, ଗୋ-ଖାଦ୍ୟ ଇତ୍ୟାଦି ପ୍ରଦାନ ପାଇଁ ମହଜୁଦ ରଖିବାକୁ ସେ ପରାମର୍ଶ ଦେଇଥିଲେ । ଯାଜପୁର ଲୋକସଭା ସାଂସଦ ଶର୍ମାଷ୍ଠା ସେଠୀ ବିପର୍ଯ୍ୟୟ ସମୟରେ ଲୋକ ପ୍ରତିନିଧି, ସେଚ୍ଚ୍ଥାସେବୀ, ସରକାରୀ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ସହ ବିବିଧ ସମସ୍ୟା ଗୁଡିକ ତ୍ୱରାନ୍ୱିତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ ହ୍ୱାଟସପ ଗ୍ରୁପ କରି ଯୋଗାଯୋଗକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ, କୋରାଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟକ ସୁନନ୍ଦା ଦାସ ପ୍ରମୁଖ ପାନୀୟ ଜଳ ଯୋଗାଣ, ମେଗା ଜଳ ପ୍ରକଳ୍ପର ଅଗ୍ରଗତି, ବନ୍ଧ ବାଡ ମରାମତି, ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକର ସ୍ଥିତି ସୁଦୃଢୀକରଣ, ଜଳ ନିଷ୍କାସନ ବ୍ୟବସ୍ଥା, ଆର.ଆଇ. ସର୍କଲ ଗୁଡିକର ପୁନର୍ବିନ୍ୟାସ ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଳ୍‌ିକ ବୈଠକ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମହିର ପ୍ରସାଦ ମହାନ୍ତି, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ ଓ ସମସ୍ୟା ସମାଧାନ ସଂପର୍କରେ ଆଲୋକପାତ କରିଥିଲେ । ନିଷ୍ପତି ଅନୁସାରେ ସମସ୍ତ ନଦୀ ବନ୍ଧଗୁଡିକୁ ଜଳସେଚନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ମେ ମାସ ଶେଷ ସୁଦ୍ଧା ମରାମତି କରାଯିବ । ପ୍ରତ୍ୟେକ ଚିକିତ୍ସା କେନ୍ଦ୍ରରେ ଓ÷୍ୟଷଧ ସହ ସାପ କାମୁଡା ଆଣ୍ଟିଭେନମ୍ ଇଞ୍ଜେକସନ ଗଚ୍ଚ୍ଥିତ ରଖାଯିବ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯିବ । ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳଗୁଡିକୁ ମରାମତି ଓ ରହଣି ଉପଯୋଗ କରାଯିବ । ଗୋ-ଖାଦ୍ୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଡଙ୍ଗାର ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥାକୁ ସଠିକ ରଖିବା ପାଇଁ ଗଚ୍ଥ ପଡିଲେ ତୁରନ୍ତ ରାସ୍ତାରୁ ଅପସାରଣ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଜିଲ୍ଳ୍‌ା ସଦର ମହକୁମା ସହ ବ୍ଳକ, ତହସିଲ ଓ ଅନ୍ୟାନ୍ୟ ବିଭାଗ ମାନଙ୍କରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରାଯିବ । ରେନଗଜ୍ ଷ୍ଟେସନଗୁଡିକୁ ଅନୁଧ୍ୟାନ କରିବା ସହ ନିୟମିତ ଜିଲ୍ଲାକୁ ରିପୋର୍ଟ ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close