ଯାଜପୁର ଜିଲ୍ଲା କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ପରଲୋକ

ଯାଜପୁର, ୪ା୫ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଶୈଳଜା ପଣ୍ଡାଙ୍କର ଗତ ତା ୧ା୫ା୨୦୨୧ ରିଖ ଶନିବାର କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ବିୟୋଗ ହୋଇଯାଇଚ୍ଥି । ସ୍ୱର୍ଗତ ପଣ୍ଡାଙ୍କ ଘର ଯାଜପୁରର କିଆରେଶ୍ୱର ଅଂଚଳରେ । ସେ ଗତ ୮ ଦିନ ହେବ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ସେ ଦୀର୍ଘଦିନ ଧରି ଜିଲ୍ଲାର ବିଭିନ୍ନ ବ୍ଳ୍‌କରେ କାର୍ଯ୍ୟ କରିବା ପରେ ବର୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ମେଳାପୀ, ମିଷ୍ଠଭାଷୀ ଓ ଦକ୍ଷ କର୍ମଚାରୀ ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ବହୁ ଲୋକଙ୍କୁ ସେ ସହଯୋଗ କରୁଥିଲେ । ସ୍ୱର୍ଗତ ଶ୍ରୀ ପଣ୍ଡାଙ୍କର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଉତମ ସଂପର୍କ ଥିଲା ଓ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ସେ ଯାଜପୁର ସହରରେ ଅତି ପରିଚିତ ଥିଲେ । ତାଙ୍କ ବିୟୋଗରେ ଯାଜପୁରରେ ଶୋକର ଚ୍ଥାୟା ଖେଳିଯାଇଚ୍ଥି । ଗତ କାଲି ଆଜି ପୂର୍ବାହ୍ନରେ ତାଙ୍କ ବିୟୋଗରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, କାଜଲ ପ୍ରଧାନ, ସହାୟକ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କା, ତିଳୋତମା ପୃଷ୍ଟି, ବହୁ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନେ ଶ୍ରୀ ପଣ୍ଡାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଜିଲ୍ଲା
ଏଥିସହ ୰ ଶ୍ରୀ ପଣ୍ଡାଙ୍କ ବିୟୋଗରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close