ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଇନଷ୍ଟ୍ରକ୍ଟର ଆର. ଏନ ସାମଲଙ୍କ ଚାକିରୀରୁ ଅବସର

ବ୍ୟାସନଗର,୩୦/୪: ସ୍ଥାନୀୟ ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଶ୍ରମ ଇନ୍‌ଷ୍ଟ୍ରକ୍ଟର ରବିନାରାୟଣ ସାମଲ ଆଜି ତାଙ୍କ ଚାକିରୀରୁ ଅବସରଗ୍ରହଣ କରିଛନ୍ତି । କରୋନା କଟକଣା ପାଇଁ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାପାତ୍ରଙ୍କ ଦପ୍ତରରେ ଶ୍ରୀ ସାମଲଙ୍କ ପାଇଁ ଏକ ନିରାଡମ୍ବର ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ସାମଲଙ୍କ କର୍ତବ୍ୟପରାୟଣତା, ଦାୟିତ୍ୱବୋଧ, ବିଭାଗ ଅନୁରାଗ ଆଦି ଗୁଣ ଉପରେ ଆଲୋଚନା କରାଯାଇ ତାଙ୍କର ପରବର୍ତୀ ଖୁସି ଓ ନିରାମୟ ଜୀବନ ଯାପନ କାମନା କରାଯାଇଥିଲା । ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଅତିରିକ୍ତ ଶ୍ରମ ଅଧିକାରୀ ଚିତରଂଜନ ରାଉତ, ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜିତ୍ କୁମାର ଦେଓ, କୋର୍ଡିନେଟର ସ୍ୱର୍ୱପ କାନୁନଗୋ, ସୁରେନ୍ଦ୍ର ବିକ୍ରମ ଜେନା (ମନୋଜ), ମହେଶ କୁମାର ସୁନାନୀ, ଦେବଶ୍ରୀ ପଣ୍ଡା ପ୍ରମୁଖ ଯୋଗ ଦେଇ ଶ୍ରୀ ସାମଲଙ୍କ ବହୁମୁଖି ସୁଗୁଣ ଉପରେ ଆଲୋକପାତ କରିଥିଲେ । ‘ଉଦୟବଟ’ର ସଂପାଦକ ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ମଧ୍ୟ ଶ୍ରୀ ସାମଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଜେ.ଏଲ.ସି ଶ୍ରୀଯୁକ୍ତ ମହାପାତ୍ର ଶ୍ରୀ ସାମଲଙ୍କ ଅବସର ପରବର୍ତୀ ଜୀବନର ଶୁଭେଚ୍ଛା କାମନା କରିଥିଲେ । ସୂଚନାଯୋଗ୍ୟ, ପୂର୍ବତନ ଜେ.ଏଲ.ସି ତଥା ବର୍ତମାନର ଭୁବନେଶ୍ୱର ଅତିରିକ୍ତ ଶ୍ରମ କମିଶନର ଶ୍ରୀଯୁକ୍ତ ସୁନୀଲ କୁମାର ସାହୁ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସାହୁ ୨ଦିନ ତଳେ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱର ସ୍ଥିତ ‘କିମ୍‌ସ’ ମେଡିକାଲରେ ଚିକିତ୍ସିତ ଅଛନ୍ତି ଓ ସମସ୍ତଙ୍କ ଶୁଭ କାମନାରୁ ସେ ସୁସ୍ଥତା ଆଡକୁ ଗତି କରୁଛନ୍ତି ବୋଲି ଶ୍ରୀଯୁକ୍ତ ମହାପାତ୍ର ସୂଚନା ପ୍ରଦାନ କରିଥିଲେ ।
ଉଲ୍ଲେଖଥାଉକି, ଶ୍ରୀ ସାମଲ ଶ୍ରମ ବିଭାଗରେ ମୋଟ ୩୮ବର୍ଷରୁ ଉର୍ଦ୍ଧ ଓ ଯାଜପୁରର ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୮ ବର୍ଷରୁ ଅଧିକ ସମୟ ଦାୟିତ୍ୱତାର ନିଜ କର୍ତବ୍ୟ ସଂପାଦନ କରି ସ୍ମରଣୀୟ ହୋଇଛନ୍ତି । ସେ ବର୍ତମାନ ଓ ପରବର୍ତୀ କର୍ମଚାରୀଙ୍କ ପାଇଁ ଉଦାହରଣ ରଚିଛନ୍ତି । ତାଙ୍କର ଅବସର ପରେ ବିଭାଗ ପାଇଁ ଏଠାରେ ଏକ ଦାୟିତ୍ୱବାନ ପଦବୀ ଖାଲି ପଡିଲା ଓ ଏହା ଖୁବ ଶୀଘ୍ର ପୂରଣ ପାଇଁ ବିଭିନ୍ନ ମହଲରେ ଦାବୀ ଉଠିଛି । ଶ୍ରୀ ସାମଲ ଜଣେ ସରଳ, ଭଦ୍ର ଓ ଦାୟିତ୍ୱବାନ କର୍ମଚାରୀ ଥିଲେ । ସେ ଏଠାରେ ଦୀର୍ଘ ଦିନ କାର୍ଯ୍ୟ କରି ନିଜ କାର୍ଯ୍ୟାଳୟ ସମେତ ପ୍ରାୟ ସବୁବର୍ଗର ବ୍ୟକ୍ତିବିଶେଷଙ୍କ ସହ ଉତମ ସଂର୍ପକ ସ୍ଥାପନ କରିପାରିଛନ୍ତି । ତାଙ୍କର ଅବସର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ବ୍ୟଥିତ କରିଥିବା ବେଳେ ତାଙ୍କ ପ୍ରତି ସମବେଦନା ଓ ଶୁଭେଚ୍ଛାର ସୁଅ ଛୁଟିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close