ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ, ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର; ୩୦/୦୪ (ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ଯାଜପୁର ଜିଲ୍ଲାରେ ଦିନକୁ ଦିନ  ଦ୍ରୁତ ଗତିରେ ବଢ଼ୁଥିବା କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତାକାଲି ଏବଂ ରବିବାର ଦିନ ଜିଲ୍ଲାର ୩୧୧ ପଞ୍ଚାୟତରେ ସଟ ଡାଉନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜିଲ୍ଲାର ୨ ପୌରପାଳିକା ଯାଜପୁର ଓ ବ୍ୟାସନଗରରେ ସାପ୍ତାହିକ ସଟ ଡାଉନ କରାଯାଉଥିଲା , କିନ୍ତୁ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରି କେତେକ ପଞ୍ଚାୟତର ସରପଞ୍ଚ ସମ୍ପୁର୍ଣ୍ଣ ସଟଡାଉନ୍ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। ପ୍ରଶାସନ ସମସ୍ତ ସରପଞ୍ଚଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ଓ ରବିବାର ସମଗ୍ର ଜିଲ୍ଲାରେ ସଟଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ ଅତ୍ୟାବଶ୍ୟକ ସେବା ଯୋଗାଣ ପୂର୍ବଭଳି ଚାଲୁ ରହିବ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close