ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ପୀଠେ ଅଷ୍ଟମୀ

ଯାଜପୁର, ୨୩/୧୦ (ସନ୍ତୋଷ ରଥଙ୍କ ଠାରୁ): ଆଜି ହେଉଛି ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କ ପୀଠ ଅଷ୍ଟମୀ । ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ୮ମ ଦିନ । ହାଇକୋର୍ଟଙ୍କ ଦ୍ବାରା ରାୟ ଅନୁଯାୟୀ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପ୍ରତିଦିନ ସଂନ୍ଧ୍ୟାରେ ଆୟୋଜିତ ହେଉଛି ଏହି ରଥଯାତ୍ରା ଉତ୍ସବ । ମାଙ୍କ ପ୍ରତିମା ପ୍ରତିଦିନ ବେଢା ପରିକ୍ରମା କରୁଛି । ଭଜନ କିର୍ତ୍ତନ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇ ଉଠୁଛି ସାରା ପରିବେଶ । ଅପରାହ୍ନ ୪ଟାରୁ ୭ଟା ମଧ୍ୟରେ କେବଳ ସେବାୟତଙ୍କ ଦ୍ବାରା ରଥଟଣା କାର‌୍ୟ୍ୟ ସମ୍ପନ୍ନ ହେଉଛି । ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହୁଛନ୍ତି । ଏଠାକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯାଇଥିବା ବେଳେ ଏଥିସହ ବେଢା ଚାରିପଟେ ଲାଗୁ ହୋଇଛି ୧୪୪ଧାରା । ଶାରଦୀୟ ଦୁର୍ଗୋତ୍ସବ ପାଳନ ଅବସରରେ ପ୍ରତିଦିନ ସଂନ୍ଧ୍ୟାରେ ମା ବିରଜାଙ୍କ ପୀଠରେ ପାଳିତ ହେଉଛି ମା ଙ୍କର ନବଦିନାତ୍ମକ ରଥଯାତ୍ରା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତ ମାନଙ୍କ କୋଭିଡ୍ ପରୀକ୍ଷା କରାଯାଇ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ସମ୍ପାଦିତ ହେଉଛି ରଥଯାତ୍ରା ଉତ୍ସବ । ବିନା ଭକ୍ତରେ କେବଳ ସେବାୟତ ମାନଙ୍କ ଦ୍ବାରା ହିଁ ରଥଟଣା ଯାଉଛି । ମାଙ୍କ ପ୍ରତିମା ପ୍ରତିଦିନ ବେଢା ପରିକ୍ରମା କରୁଛି । ଅପରାହ୍ନ ୪ଟାରୁ ୭ଟା ମଧ୍ୟରେ କେବଳ ସେବାୟତଙ୍କ ଦ୍ବାରା ରଥଟଣା କାର‌୍ୟ୍ୟ ସମ୍ପନ୍ନ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close