ଯାଜପୁରରୋଡ ତାଲୁକସେବା ଆଇନ ତରଫରୁ ପହଙ୍ଗା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର ; ୧୯ /୧୦ (ବସନ୍ତ କୁମାର ପାତ୍ରଙ୍କ ଠାରୁ) :  ସ୍ଥାନୀୟ ରସଲପୁର ବ୍ଲକ ପହଙ୍ଗା ପଞ୍ଚାୟତର ପହଙ୍ଗା ଗ୍ରାମର ମା ଦୁର୍ଗା ମଣ୍ଡପ ଠାରେ ଆଜି ସକାଳ ୮ଘଟିକା ୩୦ମିନିଟ ସମୟରେ ଯାଜପୁର ରୋଡ ତାଲୁକସେବା ଆଇନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ବରିଷ୍ଠ ଆଇନଯିବି  ସୁବାଷ ଚନ୍ଦ୍ର ନନ୍ଦଙ୍କ ନେତୃତ୍ୱରେ ଅନଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ଅତିରିକ୍ତ ଦୌରାଜଜ  ମାନସ ରଞ୍ଜନ ପଣ୍ଡାଙ୍କ ସୂଚନା କାର୍ଯ୍ୟକ୍ରମ କୁ ସମ୍ପାଦନ କରାଯାଇଥିଲା। ତାଲୁକସେବା ଆଇନ ର ଶୃଙ୍ଖଳା ରକ୍ଷକ ଶ୍ରୀ ନନ୍ଦ କହିଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ। ସମାଜ ରେ ଅନେକ ବସ୍ତି ଭଙ୍ଗା ଓ ସହରରେ ଦେଖିବାକୁ ମିଳିଛି ଗରିବ ଅସହାୟ ଓ ବୃଦ୍ଧ ବାପା ମା ଙ୍କୁ ନେଇ ଵୃଦ୍ଧାଶ୍ରମରେ ନିଜର ସନ୍ତାନମାନେ ଛାଡି ଦେଉଛନ୍ତି। ତାର ନ୍ୟାୟ ପାଇବାପାଇଁ ସେମାନେ ତାଲୁକ ସେବା ଆଇନ ମାଧ୍ୟମରେ ଆଇନର ଆଶ୍ରୟ ନେଇପାରିବେ। ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଇନ ସମସ୍ତଙ୍କପାଇଁ ସମାନ। ଯାହା ପରିବର୍ତନ ହୋଇପାରିବ ନିଜେ ଅଭିଯୋଗ କରିବାକୁ ପଡିବ ବୋଲି ସେ କହିଥିଲେ। ଏଥିରେ ଜନସାଧାରଣ ଙ୍କ ସଚେତନତା ପାଇଁ ଏହି ତାଲୁକ ସେବା ଆଇନ କାର୍ଯ୍ୟକ୍ରମ ଜାରିରହିବ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଗୋ ପ୍ରକାଶ ନାୟକ, ଦୈତାରୀ ଦାସ, ବନବିହାରୀ ସାମଲ,କାଶୀନାଥ ସାହୁ, ପାରା ଲିଗାଲ ଭେଁଣ୍ଡର ତପନ ସାହୁ ଓ ଉମାକାନ୍ତ ଦାସ ଙ୍କ ସହିତ ୫୪ ଜଣ ପଂଚାୟତରୁ ଉପସ୍ଥିତ ଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close