ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ରାଲି ଅକ୍ଟୋବର ୭ ରୁ ଆରମ୍ଭ

ଯାଜପୁର,୦୮/୦୮(ବ୍ୟୁରୋ) : ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ରାଲି ଆସନ୍ତା ଅକ୍ଟୋବର ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଗୋପବନ୍ଧୁ ଷ୍ଟାଡିୟମ , ପାରାଦୀପ ଠାରେ ଅନୁଷ୍ଠିତ ହେବ ବୋଲି ଆର୍ମି ରିକ୍ରୁଟିଂ ଅପିଂସ, କଟକଙ୍କ ପକ୍ଷରୁ ଅବଗତ କରାଯାଇଚ୍ଥି । ଏହି ଯୋଜନା ଅଧିନରେ ଆବେଦନ କରିବାର ସର୍ବନିମ୍ନ ବୟସ ହେଉଚ୍ଥି ୧୭.୫ ବର୍ଷ ଏବଂ ସର୍ବାଧିକ ବୟସ ହେଉଚ୍ଥି ୨୧ ବର୍ଷ । ମାତ୍ର ଚଳିତ ବର୍ଷର ନିଯୁକ୍ତି ପାଇଁ ୨ ବର୍ଷ କୋହଳ କରାଯାଇଚ୍ଥି । ଉଭୟ ପୁରୁଷ ଓ ମହିଳା ଅଗ୍ନିପଥ ଯୋଜନା ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡିବ । ଆବେଦନ ପ୍ରକ୍ରିୟା ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଚ୍ଥି ଏବଂ ଏହା ୩୦ ଅଗଷ୍ଟ ୨୦୨୨ ରିଖରେ ବନ୍ଦ ହେବ । ପଞ୍ଜିକୃତ ଇ-ମେଲ ଠିକଣାରେ ପ୍ରାର୍ଥୀ ମାନଙ୍କ ନିକଟକୁ ଆଡମିଟ କାର୍ଡ ପଠାଯିବ । ଏହି ନିଯୁକ୍ତି ରାଲିରେ ଅଧିକରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ଯୋଗ ଦେବା ନିମନ୍ତେ ଜନସାଧାରଣ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକୁ ନିବେଦନ କରାଯାଇଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close