ଡ଼ା. ଅରୁଣ ବିଶ୍ୱାଳ ଓ ରସାନନ୍ଦ ମହାନ୍ତିିଙ୍କ ଆରୋଗ୍ୟ କାମନା କରି ମା’ ଧନକରଙ୍କ ପୀଠରେ ସମୂହ ଦୀପଦାନ

ବ୍ୟାସନଗର,୨୩/୪(ସୁମନ କୁମାର ରାୟଙ୍କ ଠାରୁ): ଯାଜପୁର ଜିଲ୍ଲାର ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ ସମ୍ମୁଖ ତଥା କେନ୍ଦ୍ରୀୟ ପଣ୍ୟାଗାର ପରିସରରେ ଥିବା ମା’ ଧନକର ବିଜେ ପୀଠରେ ଆଜି ସନ୍ଧ୍ୟାରେ ମା’ ଧନକର ପୀଠର ପ୍ରତିଷ୍ଠାତା ତଥା ସଭାପତି ଡ଼ା. ଅରୁଣ କୁମାର ବିଶ୍ୱାଳଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଏକ ସମୂହ ଦୀପଦାନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ, ଡ଼ାକ୍ତର ବିଶ୍ୱାଳ ଏବେ ସ୍ୱାସ୍ଥ୍ୟଗତ କାରଣ ପାଇଁ ଚେନ୍ନାଇରେ ଚିକିତ୍ସିତ ଅଛନ୍ତି । ଏହାଛଡ଼ା ବ୍ୟାସନଗର ପୈାରପାଳିକାର ପୂର୍ବତନ ନଗରପାଳ, ବିଶିଷ୍ଟ କ୍ରୀଡ଼ାବିଦ୍ ତଥା ବରିଷ୍ଠ ବିଜେଡି ନେତା ରସାନନ୍ଦ ମହାନ୍ତି ଓ ତାଙ୍କ ପରିବାରର କେତେକ ସଦସ୍ୟ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି ଓ ସେମାନେ ଏବେ ଭୁବନେଶ୍ୱରରେ ଡ଼ାକ୍ତରଙ୍କ ପରାମର୍ଶରେ ଗୃହ ଚିକିତ୍ସାରେ ଅଛନ୍ତି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଶ୍ରୀ ମହାନ୍ତି ଓ ତାଙ୍କ ପରିବାରର ଅନ୍ୟ ପୀଡିତ ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କରି ଏଠାରେ ଏକ ଦୀପଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଧନକର ପୀଠର ଉପଦେଷ୍ଟା ତଥା ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ପୀଠର ସଂପାଦକ ରାଜକିଶୋର ସାହୁ, କୋଷାଧ୍ୟକ୍ଷ ମକରଧ୍ୱଜ ଜେନା, ଲୋକନାଥ ଦାସ, ସନାତନ ମଲ୍ଲି୍‌କ, ସୁକାନ୍ତ ଦାସ, ରମାକାନ୍ତ ଦାସ, କାହ୍ନୁ ପହି, ଲମ୍ବୋଦର ମଲ୍ଲିକ, ରଘୁନାଥ ଓଝା, ପ୍ରଦୀପ ରାଉତ, ସୁମନ ରାୟ ପ୍ରମୁଖ ଯୋଗ ଦେଇ ମା’ଙ୍କ ନିକଟରେ ଉଭୟଙ୍କ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବା ସହ ଦୀପଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close