କରୋନାରେ କ୍ଷତିଗ୍ରସ୍ତ ସମସ୍ତ ଅଣ ସଂଗଠିତ ଶ୍ରମିକମାନଙ୍କୁ ସହାୟତା ରାଶି ଦିଆଯାଉ -ଏ ଆଇ ୟୁ ଡବ୍ଲୁ ସି

ବ୍ୟାସନଗର ; ୨୦/୦୪ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) :  ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ ସଂଗଠିତ ଶ୍ରମିକ ମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୟଙ୍କର ମହାମାରୀ କରୋନା ଦ୍ୱାରା ଅର୍ଥନୈତିକ ସଙ୍କଟ ସହିତ ଜୀବିକା ହରାଇ ବସିରହିଥିବାରୁ ସମସ୍ତ ଶ୍ରମିକ ମାନଙ୍କ ଜମା ଖାତା କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରିବା ସହିତ ୩ ଦଫା ସମ୍ବଳିତ ଦାବି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବ୍ୟାସନଗର ସଭାପତି ପଦ୍ମନାଭ ନାୟକ, ସତ୍ୟପ୍ରକାଶ କୁଅଁରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା !ଏଠାରେ ସୂଚନାଯୋଗ୍ୟ ଅଣ ସଂଗଠିତ ଶ୍ରମିକ ଆଇନ ୨୦୦୮ଅନୁଯାୟୀ ଅଣ ସଂଗଠିତ ଶ୍ରମିକ ମାନଙ୍କ ନାମ ପଞ୍ଜିକୃତ କରିବା, ଉଠା ଦୋକାନୀ ମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ଵନିଧି କାର୍ଯ୍ୟକ୍ରମ ଦ୍ୱାରା ସହାୟତା ରାଶି ୩ ହଜାର ଟଙ୍କା ଓ ବିନା ସୁଧରେ ସମସ୍ତ ଙ୍କୁ ୧୦ହଜାର ଟଙ୍କା ଋଣ ପ୍ରଦାନ କାର୍ଯ୍ୟକ୍ରମ ଏକ ପ୍ରହସନରେ ପରିଣତ ହୋଇଛି !ସାମାଜିକ ସୁରକ୍ଷା ଓ ସମସ୍ତ ଜୀବନ ଜୀବିକା କୁ ସୁରକ୍ଷିତ କରିବାକୁ ହେଲେ ସମସ୍ତ ଙ୍କୁ ସରକାରଙ୍କ ଦ୍ୱାରା ରାସନ ଓ ମାସିକ ୬ ହଜାର ଟଙ୍କା ଶ୍ରମିକଙ୍କ ଜମା ଖାତାକୁ ପ୍ରଦାନ ନ କଲେ ପରିସ୍ଥିତି ଭୟାଭୟ ହେବ ବୋଲି ଯାଜପୁର ଜିଲ୍ଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଜଣାଇଦିଆଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close