ରାମଚନ୍ଦ୍ରପୁର ଅ°ଚଳରେ ବଢୁଛି ଅସାମାଜିକଙ୍କ ଦୌରାତ୍ମ; ପୋଲିସ ହାତ ଖାଲି

ଆନନ୍ଦପୁର, ୧୭।୯(ଅକ୍ଷୟ କୁମାର ସାହୁଙ୍କ ଠାରୁ): ରାମଚନ୍ଦ୍ରପୁର ଅ°ଚଳରେ ବଢୁଛି ଅସାମାଜିକଙ୍କ ଦୌରାତ୍ମ ବୃଦ୍ଧି ପାଉଥିବା ନେଇ ଜନସାଧାରଣ ଭୟଭିତ ଅବସ୍ଥାରେ ଅଛନ୍ତି । ଗତ ଦୁଇ ଦିନ ତଳେ ପ୍ରହ୍ଲାଦ ସାହୁ ନାମକ ଜଣେ ବ୍ୟବସାୟୀକୁ  ସାଇଁକୁଳରେ  ହୋଟେଲ ବି.ବିରୁ ମିଲ ଆଣିବା ପାଇଁ ଯାଇଥିବାବେଳେ ହଠାତ ହୋଟେଲ ମାଲିକ ବ୍ରହ୍ମା ସାମଲ ଗାଳି ଗୁଲଜ ପରେ ଶ୍ରୀ ସାହୁ ସେଠାରୁ ଚାଲି ଆସିଥିଲେ। କିଛି ସମୟ ପରେ ଫୋନରେ  ଧମକ ଦେବା ସହ ଶ୍ରୀ ସାହୁଙ୍କ କାରକୁ ଭାଙ୍ଗି ଦେବେ ଏବଂ ତାଙ୍କୁ ଜୀବନରେ ମାରିଦେବାକୁ  କିଛି ଦୃବୃତ ଧମକ ଦେଇଥିଲେ, ସେମାନେ ଶାସକ ଦଳର ପିଲା ବୋଲି  ଶ୍ରୀ ସାହୁ ପ୍ରାଣ ବିକଳରେ ଦଉଡି ପଳାଇ ଥିଲେ। କିଛି ସମୟ ପରେ ହୋଟେଲ ମାଲିକଙ୍କ ସମେତ କିଛି ସହଯୋଗୀ  ଆସି ଶ୍ରୀ ସାହୁଙ୍କ ଗାଡିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଲେ ଏବଂ ଶ୍ରୀ ସାହୁ ରହୁଥିବା ଭଡା ଘରର ଗ୍ରିଲକୁ ମଧ୍ୟ ଭାଙ୍ଗି ଦେଲେ। ଏନେଇ ଶ୍ରୀ ସାହୁ ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ କରିଥିବା ସତ୍ତ୍ୱେ କେହି ଗିରଫ ହୋଇ ନ ଥିବା ସୂଚନା ମିଳିଛି ।

                 ସେହିପରି ବାକି ଦେବାର ପରିଣାମ  ଭୟଙ୍କର, ଦୁର୍ବୃତ୍ତ ଦ୍ବାରା ଦିବ୍ୟାଙ୍ଗଙ୍କ ଦୋକାନ ପୋଡି ଦେଇଥିବା ଅଭିଯୋଗ ହୋଇଛି । ବାକି ଦେଇ ମାଗିବାରୁ ଦିବ୍ୟାଙ୍ଗଙ୍କ ଦୋକାନ  ଦୁର୍ବୃତ୍ତ ଜାଳି  ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି  ଘଟଣା ଘଟିଛି ସାଇଁକୁଳ ଫାଣ୍ଡି ନିକଟ ଆଗର୍ଦ୍ଦା ଠାରେ.୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜଣେ ଦୋକାନୀ ବାକି ଟଙ୍କା ବାରମ୍ବାର ମାଗିବାରୁ ସେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲ।. ଶେଷରେ ସେହି ଲୋକ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ଦୋକାନୀ ମନୋଜ କୁମାର ଯେନା ସାଇଁକୁଳ ଫାଣ୍ଡିରେ ଏତଲା ଦେଇଛନ୍ତି । ଦୋକାନ ଜଳିଯିବା ଦ୍ୱାରା ଦିବ୍ୟାଙ୍ଗ ଜଣକ ଏବେ ସର୍ବସ୍ଵାନ୍ତ ହୋଇ ଗଛମୂଳେ ପଡ଼ିଛନ୍ତି, ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।  ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଅନୁସନ୍ଧାନ କରୁଥିବା ପ୍ରକାଶ କରିଛନ୍ତି ।

.

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close