‘ଆଇ ଲଭ ବ୍ୟାସନଗର’ ସଙ୍ଗୀତ ଭିଜୁଆଲ ଉନ୍ମୋଚିତ

ବ୍ୟାସନଗର, ୧୮ା୪: ବ୍ୟାସନଗର ସ୍ଥିତ ଚାନ୍ଦମା ହିଙ୍ଗୁଳା ପୀଠରେ ବ୍ୟାସନଗର ସହରର ଐତିହ, ସଂସ୍କୃତି ଓ ପରଂପରା ଉପରେ ଅଧାରିତ ‘ଆଇ ଲଭ ବ୍ୟାସନଗର’ ସଂଗୀତ ଭିଜୁଆଲର ମୁକ୍ତିଲାଭ ହୋଇଯାଇଛି । ଏହି ଭିଜୁଆଲର ଉନ୍ମୋଚନୀ ସଭା ଚାନ୍ଦମା ହିଙ୍ଗୁଳ। କମିଟିର ସଭାପତି ମାୟାଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ସ୍ୱଂୟ ଶାସିତ ମହାବିଦ୍ୟଳୟର ଅଧ୍ୟକ୍ଷ ଶିବଚରଣ ମାଝି ଯୋଗ ଦେଇ ଭିଜୁଆଲକୁ ଉନ୍ମୋଚନ କରିଥିଲେ । ଏହା ଆଦର ମ୍ୟୁଜିକ ଦ୍ୱାରା ପ୍ରସ୍ତୁତି ହୋଇଥିଲା ବେଳେ ଅଞ୍ଜଳି ଭିଜନର ପ୍ରୋପାଇଟର ଦୀପକ କୁମାର ନାୟକଙ୍କ ଦ୍ୱାର। ପ୍ରଜୋଯିତ ହୋଇଥିଲା ବେଳେ ଅଧ୍ୟାପକ ଅରୁଣ କୁମାର ମିଶ୍ର ଭିଜୁଆଲ ନିର୍ଦେଶନା ଦେଇଥିଲେ । ଏହାର ସଙ୍ଗୀତ ଅଶୋକ କୁମାର ବାଶ ରଚନା କରିଥିଲା ବେଳେ ଉଦୟ କୁମାର ଖୁଂଟିଆ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ଅମିତ କୁମାର ଶତପଥୀ, ଅଭିପ୍ସା ସାହୁ, ମଇନା ବେହେରା ଓ ରାଜଶ୍ରୀ ହେମ୍ରମ ପ୍ରମୁଖ କଣ୍ଠଦାନ କରିଥିଲା ବେଳେ ରମେଶ କୁମାର ଦାଶଙ୍କ ସଂଯୋଜନାରେ ବିଜୟ କୁମାର, କ୍ଷେତ୍ରବାସୀ, ଉମେଶ ଓ ରଞ୍ଜିତ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ଅଧ୍ୟାପକ ମଳୟ କୁମାର ମଲିକ, ତପନ କୁମାର ପଣ୍ଡା, ଅଚ୍ୟୁତ।ନନ୍ଦ ସାହୁ, ନଟବର ମଲ୍ଲିକ, ସଦାଶିବ ମଲ୍ଲିକ, ଶିବପ୍ରସାଦ ଆଇଚ, ଜଭଗବନ୍ଧୁ ସାମଲ ପ୍ରମୁଖ ଅତିଥି ଭାବେ ଭିଜୁଆଲ ଉନ୍ମୋଚନୀ ଉତ୍ସବରେ ଯୋଗ ଦେଇଥିଲେ । ଶେଷରେ ଗୀତିକାର ଅଶୋକ କୁମାର ବାଶ ଧନ୍ୟବାଦ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close