ସ୍ୱଳ୍ପ ସଂଚୟ ଲଟେରୀରେ ଯାଜପୁରର ୧୦୯ ଜଣଙ୍କର ୩ ଲକ୍ଷ ୩୧ ହଜାର ଟଙ୍କା ଊଠିଲା

ଯାଜପୁର, ୧୭ା୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ) : ସ୍ୱଳ୍ପ ସଂଚୟ ଏକ ଊପାଦେୟ ଓ ଊତ୍ସାହପ୍ରଦ ଯୋଜନା । କ୍ଷୁଦ୍ର ଜଳ ବିନ୍ଦୁରୁ ସିନ୍ଧୁ ସୃଷ୍ଟି ହେଲା ଭଳି ଚ୍ଥୋଟ ଚ୍ଥୋଟ ସଂଚୟ ବଡ କାର୍ଯ୍ୟରେ ସହଯୋଗ ଦିଏ । ସେଥିପାଇଁ ସ୍ୱଳ୍ପ ସଂଚୟ ବ୍ୟବସ୍ଥା କରାଯାଇଚ୍ଥି । ତତ୍ ସହିତ ଏହି ସଂଚୟ ମାଧ୍ୟମରେ ନିଜ ଜମା ଅର୍ଥର ସୁଧ ମୂଳ ମିଳୁଥିବା ବେଳେ ଅତିରିକ୍ତ ଭାବେ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଲଟେରୀ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଚ୍ଥନ୍ତି । ଗତ କାଲି ଶୁକ୍ରବାର ପୂର୍ବାହ୍ନରେ ସ୍ୱଳ୍ପ ସଂଚୟ ଯୋଜନାର ଲଟେରୀ ଏ.କ୍ୟୁ. ସିରିଜ ମାଧ୍ୟମରେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ପାଇଥିବା କୁଆଁରପୁର, ରାମବାଗର ଯୁଗ୍ମ ସଂଚୟକାରୀ ବଳରାମ ପଣ୍ଡା ଓ ବସନ୍ତ ମଂଜରୀ ପଣ୍ଡାଙ୍କୁ ଶ୍ରୀ ମହାନ୍ତି ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଏନ୍‌ଏସ୍‌ସି ବା ଜାତୀୟ ସଂଚୟ ସାର୍ଟିପିଂକେଟ କରିଥିବା ଊଭୟ ଶ୍ରୀ ଓ ଶ୍ରୀମତୀ ପଣ୍ଡାଙ୍କର ସଂଚୟ ମନୋଭାବକୁ ଅତିରିକ୍ତ ଜିଲ୍ଳ୍‌ାପାଳ ପ୍ରଶଂସା କରିଥିଲେ । ଅନ୍ୟମାନେ ସ୍ୱଳ୍ପ ସଂଚୟରେ ସାମିଲ ହେବା ସହ ସ୍ୱଳ୍ପ ସଂଚୟରେକ ଯେଊଁମାନେ ଜମା କରୁଚ୍ଥନ୍ତି ସେମାନେ ଲଟେରୀ କାଟିବାକୁ ଏହି ଅବସରରେ ଶ୍ରୀ ମହାନ୍ତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଊପସ୍ଥିତ ଥିବା ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ ଚଳିତ ଏ କ୍ୟୁ ସିରିଜରେ ଜିଲ୍ଲାର ମୋଟ ୧୦୯ ଜଣଙ୍କର ଲଟେରୀ ଊଠିଥିବା କହିଥିଲେ । ଏଥିରେ ଜଣେ ୪ର୍ଥ ପୁରସ୍କାର ଭାବେ ୫୦ ହଜାର ଟଙ୍କା, ୫ମ ପୁରସ୍କାର ଭାବେ ଜଣେ ୧୦ ହଜାର ଟଙ୍କା, ୬ଷ୍ଠ ପୁରସ୍କାର ଭାବେ ୧୯ ଜଣଙ୍କୁ ୫ ହଜାର ଓ ୭ମ ପୁରସ୍କାର ଭାବେ ୨ ହଜାର ଟଙ୍କା ଲେଖାଏଁ ୮୮ ଜଣଙ୍କର ଲଟେରୀ ଊଠିଥିବା ସୂଚନା ଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close