ଶିଳ୍ପ ବାଣିଜ୍ୟ ସହର ବ୍ୟାସନଗରରେ ରାତ୍ରୀକାଳୀନ କର୍ଫୁ ପାଇଁ ପୋଲିସ ପ୍ରଶାସନର କାର୍ଯ୍ୟ ଆରମ୍ଭ

ବ୍ୟାସନଗର,୧୭/୪(ଟିକାୟତ ପାଲ / ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ୨ୟ ଲହର ‘କରୋନା’ ଉଗ୍ର ରୂପ ନେଇଚାଲିଥିବାରୁ ଚେନ ବ୍ରେକ୍ ପାଇଁ ପୁଣି କଟକଣା ଲାଗିଛି । ସମଗ୍ର ଯାଜପୁର ଜିଲ୍ଲାରେ ଆଜି ଠାରୁ ରାତ୍ର ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫୁ ଘୋଷିତ ହୋଇଛି । ଏହାକୁ ପାଳନ କରିବା ପାଇଁ ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ତାଙ୍କ ଟିମକୁ ତତ୍ପର କରି ସହରର ମୁଖ୍ୟ ଛକମାନଙ୍କରେ ପ୍ରାଟ୍ରୋଲିଂ ଆରମ୍ଭ କରିଦେଇଥିବାର ଦେଖାଦେଇଛି । ରାତ୍ର ୯ଟା ପୂର୍ବରୁ ନିଜ ନିଜ ଘରକୁ ଫେରିଯିବାକୁ ସଂନ୍ଧ୍ୟାରେ ସମସ୍ତଙ୍କୁ ସଚେତନ କରାଇଛନ୍ତି । ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ପୋଲିସ ଅଧିକାରୀ ପବିତ୍ର କୁମାର ମହାରଣା ପ୍ରମୁଖ ସହରରେ କଟକଣା ଲାଗୁ କରିବା ପାଇଁ ଲାଗି ପଡ଼ିଛନ୍ତି । ଅଯଥା ବୁଲାବୁଲି ନ କରି ସାବଧାନତା ଅବଲମ୍ବନ କରିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଛି । ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ କ୍ଷେତ୍ରରେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଭାସ ମିଳୁଛି । ଗତ ବର୍ଷ ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରୋନା କଟକଣାକୁ ସହରରେ ସଫଳତାର ସହ ଲାଗୁ କରାଯାଇଥିଲା ।

          ଆଜି ସ୍ଥାନୀୟ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସି.ଏଚ.ସି)ରେ କରୋନା ଟିକା ନେବା ପାଇଁ ଲମ୍ବା ଧାଡ଼ି ଲାଗି ଥିଲା । ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି ।       ବର୍ତମାନ ସ୍ଥାନୀୟ ପୋଲିସ ରାତ୍ରକାଳୀନ କର୍ଫୁ ପାଇଁ ସହରର କେତୋଟି ମୁଖ୍ୟ ଛକରେ ପଇଁତରା ମାରିବା ସହ ତନଖି କାର୍ଯ୍ୟ ଜାରୀ ରଖିଛନ୍ତି । ଫଳରେ ରାସ୍ତାଘାଟ ଏବେ ଶୁନଶାନ ହୋଇଯାଇଛି । ସହରର ଅଧିକାଂଶ ବ୍ୟକ୍ତି ପୋଲିସ ଓ ପ୍ରଶାସନର କଥାକୁ ମାନିବାକୁ ସମର୍ଥନ ଦେଇଛନ୍ତି ବୋଲି ମନେହୁଏ । ଯାହାର କେତୋଟି ଫଟୋ ଆମର ହସ୍ତଗତ ହୋଇଛି:-


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close