ଭୁବନ ନୟାନୀଳକଣ୍ଠପୁର ଗ୍ରାମରେ ଆଜି ଭୋର ସମୟରେ ବଜ୍ରପାତରେ ଘରପୋଡି, ସହାୟତା ପାଇଁ ଦାବୀ

ଭୁବନ,୧୦/୪(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ଦୀର୍ଘ ଦିନ ହେଲା ବର୍ଷା ନାହିଁ । ଚାଷୀଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବର୍ଷା ପାଇଁ ବ୍ୟାକୁଳ ଅଛନ୍ତି । ହେଲେ ବର୍ଷା ନ ହେବା ଠାରୁ ଠାରୁ ଚଡଚଡି, ଘଡ଼ଘଡ଼ି ମାରି ବ୍ରଜପାତ ହୋଇ ସର୍ବସ୍ୱ ଛାରଘାର କରିଦେବା ଦୁଃଖ ବଳିଯାଇଛି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳୀ ପଂଚାୟତ ନୟାନୀଳକଣ୍ଠପୁର ଗ୍ରାମର ହରିଜନ ସାହିରେ । ଆଜି ଭୋର ପ୍ରାୟ ୩ଟା ୩୦ମିରୁ ୪ଟା ମଧ୍ୟରେ ପ୍ରବଳ ବେଗରେ ଘଡ଼ଘଡି ଚଡ଼ଚଡ଼ି ମାରିଥିଲା । ସମସ୍ତେ ନିଦରେ ଶୋଇଥିଲେ । ହେଲେ ଏହି ସାହିର ଚନ୍ଦ୍ରମଣି ପାତ୍ରଙ୍କ ଘରେ ବ୍ରଜପାତ ମାରି ତାଙ୍କର ୦୩ ବଖରା ଚାଳଛପର ଘରକୁ ପୋଡି ଛାରଖାର କରିଦେଇଛି । ଘରେ ଥିବା ସମସ୍ତ ଆବଶ୍ୟକୀୟ ସାମଗ୍ରୀ, ଲୁଗାପଟା, ବାସନକୁସନ, କାଗଜପତ୍ର, ଜମିବାଡି କାଗଜପତ୍ର ସମେତ ୫ଟି କୁକୁଡା ପୋଡିଯାଇଛି । ଚନ୍ଦ୍ରମଣିଙ୍କ ସମେତ ୫ପ୍ରାଣୀ କୁଟୁମ୍ବ ଏବେ ଖୋଲା ଆକାଶ ତଳେ । ତାଙ୍କର ଗର୍ଭବତୀ ସ୍ତ୍ରୀ ଏବେ ବଡ କଷ୍ଟରେ ଅଛନ୍ତି । ସରକାରୀ ସହାୟତା ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଚିଂ ନାହିଁ ବୋଲି ଅଭିଯୋଗ କରିଛନ୍ତି ଚନ୍ଦ୍ରମଣି । ଚନ୍ଦ୍ରମଣିଙ୍କ ଭଳି ଜଣେ ଗରୀବ ହରିଜନ ଶ୍ରେଣୀର ବ୍ୟକ୍ତି ସର୍ବସ୍ୱାନ୍ତ ହୋଇପଡିଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦିଆଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close