ରାୟଗଡ଼ା ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜେ.ଇ.ଇ ଏବଂ ନିଟ୍ ପରୀକ୍ଷାର୍ଥୀଙ୍କୁ ପରିବହନ ସୁବିଧା ପ୍ରଦାନ

ରାୟଗଡ଼ା, ୦୩/୦୯(ନୀଳମାଧବ ପାତ୍ରୋଙ୍କ ଠାରୁ): ରାଜ୍ୟ ବ୍ୟାପି ମହାମାରୀ କରୋନା ଓ ଓଡ଼ିଶାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜେ.ଇ.ଇ ମେନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ପରିବହନ, ରହିବା ଓ ଖାଇବା ଆଦି ସୁବିଧା ପ୍ରଦାନ କରାଯାଉଛି । ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସରକାରୀ ଶିଳ୍ପ ଅନୁଷ୍ଠାନରେ ଉପସ୍ଥିତ ରହି ଗାଡି ଚଳାଚଳର ଶୁଭାରମ୍ଭ କରିବା ସହ ବ୍ୟବସ୍ଥାର ତଦାରଖ ମଧ୍ୟ କରିଥିଲେ । ତାଙ୍କର ଉପସ୍ଥିତି ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଉତ୍ସାହିତ କରିବା ସହିତ ପରୀକ୍ଷାର୍ଥୀଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇଥିବାର ପରିଲକ୍ଷିତ ହୋଇଛି । ଜିଲ୍ଲାର ପରୀକ୍ଷାର୍ଥୀମାନେ ଭୁବନେଶ୍ୱର ଏବଂ ବ୍ରହ୍ମପୁର ୦୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ଯାତାୟତର ସୁବିଧା ସକାଶେ ୩୦.୮.୨୦ରେ ଗାଡି ଚଳାଚଳର ଶୁଭାରମ୍ଭ ହୋଇଥିଲା । ଏହି ଦିନ ୧୦ ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱର ଯାଇଥିଲେ । ଆଜି ୨ୟ ଦଫାରେ ରାୟଗଡ଼ା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରଠାରୁ ୦୩ଟି ବସ ଛାଡିଥିଲା । ୦୨ଟି ଗାଡିରେ ୨୩ ଜଣ ଛାତ୍ର, ୦୯ ଜଣ ଛାତ୍ରୀ ଓ ୦୮ ଜଣ ଅଭିଭାବକ ଏପରି ମୋଟ ୪୦ ଜଣ ଭୁବନେଶ୍ୱରକୁ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଆଉ ଏକ ବସରେ ୧୪ ଜଣ ଛାତ୍ର, ୦୨ ଜଣ ଛାତ୍ରୀ ଓ ୦୨ ଜଣ ଅଭିଭାବକ ମୋଟ ୧୮ ଜଣ ବ୍ରହ୍ମପୁରକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ । ଆଜି ମୋଟ ୫୮ ଜଣଙ୍କୁ ଯାତାୟତର ସୁବିଧା ପ୍ରଦାନ କରାଯାଇଥିଲା । ସେମାନଙ୍କ ଖାଇବା, ରହିବା ଆଦିର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଆଂଚଳିକ ପରିବହନ ଅଧିକାରୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଏ. କେ. ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ତଳ ଫଟୋରେ ଜିଲ୍ଲାପାଳ ଶ୍ରୀ ବେହେରା ବସଗୁଡିକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହ ପରୀକ୍ଷାର୍ଥଙ୍କୁ ଉତ୍ସାହିତ ମଧ୍ୟ କରୁଥିବାର ଦେଖାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close