ବରିଷ୍ଠ ପୁଲିସ ଅଧିକାରୀ ଗୋପବନ୍ଧୁ ସାମଲ ତଥା ପୂର୍ବତନ କାଉନସିଲର ବିଳାସିନି ସାମଲଙ୍କ ଶ୍ରାଦ୍ଧୋତ୍ସ୍ରବ ପାଳିତ

ବ୍ୟାସନଗର,୨୬/୧୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁରରୋଡ଼ ସ୍ଥିତ କୋପଣ୍ଡ ଗ୍ରାମରେ ବସବାସ କରୁଥିବା ୰ବରିଷ୍ଠ ପୁଲିସ୍ ଅଧିକାରୀ ଗୋପବନ୍ଧୁ ସାମଲ ଓ ତାଙ୍କ ଧର୍ମପତ୍ନୀ ତଥା ୨୪ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର ବିଳାସିନୀ ସାମଲଙ୍କ ଶ୍ରାଦ୍ଧ ବାର୍ଷିକ ଚଳିତ ମାସ ୨୪ ତାରିଖ ପୂର୍ବାହ୍ନ ୧୦.୩୦ମି. ରେ ପାଳିତ ହୋଇଯାଇଛି । ବି.ଜେ.ପି.ର ବରିଷ୍ଠ ନେତା ତଥା ବ୍ୟାସନଗର ଅଂଚଳର ବରିଷ୍ଠ ସମାଜସେବୀ ପ୍ରସନ୍ନ କୁମାର ସାମଲ(ବାବୁଲି ଭାଇ)ଙ୍କ ସଭାପତିତ୍ୱ କରିଥିବା ବେଳେ କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ୟାସନଗର ଉପନଗରପାଳ ସୁବାସ ଚନ୍ଦ୍ର ବଳ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାମଲ ପ୍ରମୁଖ ଯୋଗଦେଇ ସେମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ । ପୂର୍ବତନ ଉପନଗରପାଳ ହୃଦାନନ୍ଦ ସାମଲ ଓ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ନନ୍ଦଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ସାମଲ ନିଜ ପିତାମାତାଙ୍କ ନାମରେ ଏକ ଫାଉଣ୍ଡେସନ୍ ଗଢ଼ି ୬୩ ଜଣ ଭିନ୍ନକ୍ଷମମାନଙ୍କୁ କମ୍ବଳ ଓ ଆର୍ଥିକ ସାହାଯ୍ୟ ରାଶି ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ମାନ୍ୟବର ବିଧାୟକ ଶ୍ରୀ ବଳ ଶ୍ରୀଯୁକ୍ତ ସାମଲଙ୍କର ଏପରି କାର୍ଯ୍ୟକୁ ଭୂୟସୀ କରିବା ସହିତ ଏହା ଏକ ଉନ୍ନତ ମାନର ସେବା କାର୍ଯ୍ୟ ବୋଲି କହିଥିଲେ । ତାଙ୍କର ପୌତ୍ର ତଥା ବୌଦ୍ଧ ଜିଲ୍ଲାର ଜଜ୍ ପ୍ରିତିଶ୍ ସାମଲ ତାଙ୍କ ଜେଜେ/ଜେଜେମାଆଙ୍କ ଗୁଣଗାନ କରିବା ସହିତ ତାଙ୍କ ଦ୍ୱାରା ପ୍ରେରିତ ହୋଇ ସେ ଆଜି ଜଣେ ସୁପ୍ରତିଷ୍ଠିତ ଜଜ୍ ହୋଇପାରିଥିବା କହିଥିଲେ । ଯାହାଦ୍ୱାରା କି ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି କ୍ଷଣକ ପାଇଁ ଭାବବିହ୍ୱଳିତ ହୋଇ ପଡ଼ିଥିଲେ । ଏହି ସଭାରେ ତାଙ୍କ ପରିବାର ବର୍ଗ ଯଥା- ପରମେଶ୍ୱର ସାମଲ, ପ୍ରଦୋଷ ସାମଲ, ପ୍ରମୋଦ ସାମଲ ଓ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁମାନେ ଉପସ୍ଥିତ ଥିଲେ । ବ୍ୟାସନଗର ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପଦ୍ମନାଭ ମଲ୍ଲିକ, ବ୍ୟଙ୍ଗକବି ବାଇଧର ମାଝୀ, ଶ୍ୟମଳେନ୍ଦୁ ପାତ୍ର, ବସନ୍ତ କୁମାର ପାତ୍ର, ଅସିତ୍ ଦାସ, ମନୁ ବାରିକ୍‌, ଚିନ୍ତାମଣି ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close