ଫେରୋକ୍ରୋମ କାରଖାନାର ପୂର୍ବତନ କ୍ୟାଟିଂନ କର୍ମଚାରୀ ହୃଶିକେଷ ଦାଶଙ୍କ ପରଲୋକ

ଯାଜପୁର,୨୪/୭(ଉ.ନ୍ୟୁଜ୍ ବ୍ୟୁରୋ): ଗତ ଗତ ତା ୨୩/୭ ଶୁକ୍ରବାର ରାତ୍ର ପ୍ରାୟ ୮ଟା ବେଳେ ଫେରୋକ୍ରୋମ କାରଖାନା କ୍ୟାଂଟିନର ଅବସରପ୍ରାପ୍ତ କର୍ମଚାରୀ ହୃଶିକେଷ ଦାଶଙ୍କ କଟକରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ୰ ଦାଶ ଫେରୋକ୍ରୋମ କାରଖାନାରେ ଶ୍ରମିକମାନଙ୍କ ୟୁନିୟନ ପାଇଁ ସର୍ବପ୍ରଥମେ ଅଂଟା ଭିଡି ସେ ସମାଜସେବୀ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତପୂର୍ବତନ ନଗରପାଳ ତଥା ସରକାରୀ ଓକିଲ (ଜି.ପି) ୰ ହୃଶିକେଷ ରାଉତଙ୍କ ଉପରେ ଚାପ ପକାଇଥିଲେ । ଯଦିଓ ପରବର୍ତୀ ଅବସ୍ଥାରେ ଅନ୍ୟମାନେ ଆଗକୁ ଆସିଥିଲେ ତଥାପି ୰ ଦାଶ ହିଁ ଶ୍ରମିକମାନଙ୍କ ସକାଶେ କାରଖାନାରେ ୟୁନିୟନ ଗଠନ ପାଇଁ ମନ୍ତ୍ର ଫିଙ୍କିଥିଲେ । ସେ ଉଭୟ ୰ ହୃଶିକେଷ ରାଉତ ଓ ଦୁଷ୍ମନ୍ତ କୁମାର ରାଉତଙ୍କର ଅତ୍ୟନ୍ତ ଘନିଷ୍ଠ ଓ ବିଶ୍ୱସ୍ତ ଥିଲେ । ତାଙ୍କରି ପ୍ରଚେଷ୍ଟାରେ ପରବର୍ତୀ ସମୟରେ ‘ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘ’ ଗଠିତ ହୋଇ କାର୍ଯ୍ୟ କରୁଛି । ତାଙ୍କର ୦୨ ପୁଅ ଓ ଜଣେ ବିବାହିତ ଝିଅ ଅଛନ୍ତି । ବଡ ପୁଅ ସନ୍ତୋଷ କୁମାର ଦାଶ ଭାରତ ସରକାରଙ୍କ ଇଣ୍ଡଷ୍ଟ୍ରିଆଲ ସିକୁରିଟିରେ ସବ-ଇନିସପେକ୍ଟର ଭାବେ ହାଇଦ୍ରାବାଦରେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ କେରଳରେ ଏକ କମ୍ପାନିରେ କାର୍ଯ୍ୟରତ ଅଛନ୍ତି । ନିଜ ଗାଁ ଯାଜପୁରର ବଉଳାଙ୍ଗ ଛକ ନିକଟବର୍ତୀ କନିକାପଡା ଶଶ୍ମାନରେ ତାଙ୍କ ଶବ ସତ୍କାର କରାଯାଇଛି । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ୦୪ ଦିନ ତଳେ ଏହି କାରଖାନାର ସିକୁରିଟି ଅଧିକାରୀ ପ୍ରତାପ ଜେନାଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିବା ବେଳେ ଗତ କାଲି ୰ ଦାଶଙ୍କ ବିୟୋଗକୁ ନେଇ ଆଶଙ୍କା ବଢ଼ିଯାଇଛି । ତାଙ୍କ ମୃତ୍ୟୁରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବରିଷ୍ଠ ସମାଜସେବୀ ପଦ୍ମନାଭ ଶତପଥି ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close