ଆରପାରିରେ ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା

କେନ୍ଦୁଝର/ଆନନ୍ଦପୁର ; ୧୯/୦୮ ( ବ୍ୟୁରୋ) : ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସୁପୁତ୍ର ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ୪୪ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ କୋଭିଡରେ ଆକ୍ର୍ରାନ୍ତ ହୋଇ କିଛି ଦିନ ତଳେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ନଥିବା ସ୍ଥଳେ ଆଜି ସକାଳ ସାଢେ଼ ଛଅ ଟା ସମୟରେ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଏହି ଖବର ପ୍ରକାଶିତ ହେବା ମାତ୍ରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ହାଟଡ଼ିହି ବ୍ଲକ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସଂଗ୍ରାମ ଙ୍କ ବିୟୋଗ ଖବର ପାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ,କଂଗ୍ରେସ ନେତା ସୁର ରାଉତରାୟ, ତାରାବାହିନୀ ପତି, ଗଣେଶ୍ୱର ବେହେରା,ରଂଜିତା ଜେନା,ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। “ଉଦୟବଟ” ପରିବାର ତରଫରୁ ତାଙ୍କର ଅମର ଆତ୍ମାର ସଦଗତି ପ୍ରଦାନ ନିମନ୍ତେ ତାଙ୍କ ପରିବାର, ପରିଜନମାନଙ୍କୁ ଏହି ଦୁଃଖକୁ ସହିବାର ସାମର୍ଥ୍ୟ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close