ଯୋଗ ଓ ଜ୍ୟୋର୍ତିବିଦ୍ୟା ସେବାରେ ବ୍ରତୀ-ଜ୍ୟୋର୍ତିବିଦ୍ ତାପସ ପତି

ପାରାଦୀପ,୦୯ା୧୧(ଚକ୍ରଧର ଦାଶଙ୍କ ଠାରୁ): ସମାଜରେ ଭଲ ଭାବେ ବଂଚିବା ପାଇଁ ହେଲେ ମନୁଷ୍ୟର ସ୍ୱାସ୍ଥ୍ୟ, କର୍ମ, ଭାଗ୍ୟ ଓ ଭବିଷ୍ୟତ ଉପରେ ନିର୍ଭର କରି ବଂଚେ । ପ୍ରତିଦିନ କର୍ମଜଂଜାଳ ଜୀବନ ଭିତରେ ସମୟ ବିତିଯାଏ । କାର୍ଯ୍ୟ ବ୍ୟସ୍ଥତା ଭିତରେ ବି ମଣିଷ ନିରୋଗ ରହିବା ଏକାନ୍ତ ଜରୁରୀ । ଏଥି ନିମନ୍ତେ ତା’କୁ ଶାରିରୀକ ବ୍ୟାୟାମ, ଯୋଗ, ପ୍ରଣାୟାମ କରିବାର ଆବଶ୍ୟକତା ରହିଛି । ମଣିଷର ନିୟମିତ ସରଳ ଜୀବନଯାପନ ଶୈଳୀକୁ ଶୃଙ୍ଖଳିତ କରିବା ପାଇଁ ବନ୍ଦର ସହରରେ ନିରଛିନ୍ନ ପ୍ରୟାସ ଜାରୀ ରଖିଛନ୍ତି ଯୋଗଗୁରୁ ତାପସ ରଂଜନ ପତି । ପାରାଦୀପ ତଥା ପାରାଦୀପ ବାହାରେ ଲୋକମାନଙ୍କ ଶରୀର ନିରୋଗ ରଖିବାରେ ସେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରି ଦେଇଛନ୍ତି । ପାରାଦୀପରେ ଆର୍ଟ ଅଫ ଲିଭିଙ୍ଗ ମାଧ୍ୟମରେ ପ୍ରତିଦିନ ଲୋକମାନଙ୍କୁ ସେ ଶିକ୍ଷାଦାନ କରୁଛନ୍ତି । ପାରାଦୀପ ସହର ସମେତ ପାରାଦୀପ ସଂଲଗ୍ନ ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସେ ଏହି ଶିକ୍ଷାଦାନ ଦେଇ ଆସୁଛନ୍ତି । ଶ୍ରୀ ପତି ଏକ ଲାଭଦାୟକ ଚାକିରୀ ଛାଡି ଏହି ସେବା ପ୍ରତି ଆକୃଷ୍ଟ ହେବା ପରେ ଏବେ ସମାଜ ସୁଧାର ସହିତ ଲୋକମାନଙ୍କ ଭାଗ୍ୟ, ଭବିଷ୍ୟତ କଥା ବି ଦେଖୁଛନ୍ତି । ଜାତକ ବିଚାର, ବାସ୍ତୁ ବିଚାର, ଜ୍ୟୋତିଷ ଶାସ୍ତ୍ରକୁ ସେ କରାୟତ କରିପାରିଛନ୍ତି । ପ୍ରତିଦିନ ଲୋକମାନଙ୍କର ସମସ୍ୟାର ଆଶୁ ପ୍ରତିକାର କରିବା, ଗ୍ରହ, ନକ୍ଷତ୍ରଙ୍କ ଅବସ୍ଥିତି ସେମାନଙ୍କ ପ୍ରଭାବ ଆଦିର ବିଚାର କରିବାରେ ସେ ସିଦ୍ଧହସ୍ତ । ମାତ୍ର ୪୧ ବର୍ଷ ବୟସରେ ବଂଚିବା ପାଇଁ ଅନେକ ଦିଗ ଥିଲେ ବି ପରୋପକାରାୟ ସ୍ୱର୍ଗାୟ ବ୍ରତକୁ ପାଥେୟ କରି ଆଗେଇ ଚାଲିଛନ୍ତି ତାପସ । ପାରାଦୀପ ବନ୍ଦରରେ ନିଜର ଶିକ୍ଷା ଲାଭ କରିବା ପରେ ମୋଟା ଅଙ୍କର ଚାକିରୀ ମଧ୍ୟ କରିଥିଲେ । ଚାକିରୀର ବନ୍ଧନ ତାଙ୍କୁ ବାନ୍ଧି ରଖିପାରିନଥିଲା । ସେ ଲାଭଦାୟକ ଚାକିରୀ ଛାଡି ନିଜର ଶିଶୁ,କିଶୋର ଓ ଆଦ୍ୟ ଯୌବନ ସ୍ଥଳ ପାରାଦୀପକୁ ଫେରି ଆସି ପ୍ରତିଦିନ ଯୋଗ ଶିକ୍ଷା ଦେବା ସହ ଜାତକ, ଜନ୍ମ ସମୟ, ଜନ୍ମ ସ୍ଥାନ, ଜାତକ ମେଳକ ଆଦିରେ ନିଜର ସମୟ ଅତିବାହିତ କରୁଛନ୍ତି । ଭଦ୍ରକ ଜିଲ୍ଲାର ମୂଳବାସିନ୍ଦା ତାପସ ଏବେ ପାରାଦୀପରେ ଅବସ୍ଥାପିତ ରହି ଏହି କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଛନ୍ତି । ଲୋକମାନଙ୍କର ଘରର ବାସ୍ତୁ ଦୋଷର ସ୍ଥାୟୀ ସମାଧାନ କରିବା ଦିଗରେ ଲୋକମାନଙ୍କୁ ମୂଲ୍ୟବାନ ତଥା ଉପାଦେୟ ଦିଗ୍‌ଦର୍ଶନ ଦେଇ ସେ ଲୋକପ୍ରିୟ ହେବାରେ ଲାଗିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close