ଯାଜପୁର ବିଜୁ ଛାତ୍ର ଜନତା ଦଳ ଓ ଶିବାନନ୍ଦ କ୍ଲବ ତରଫରୁ ବ୍ୟାସ ସରୋବର ଗୁପ୍ତଗଙ୍ଗାର ସଫାଇ

ବ୍ୟାସନଗର; ୨୫/୦୩ ( ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ପ୍ରସିଦ୍ଧ ପୀଠ ବ୍ୟାସସରୋବର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ସ୍ଥଳେ ଏହି ଦର୍ଶନୀୟ ସ୍ଥାନରେ ଅବସ୍ଥିତ ଥିବା ଗୁପ୍ତଗଙ୍ଗା ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ନିକଟରେ ଏଠାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତଦାରଖ କରିବାକୁ ଆସିଥିଲେ । ଅଵହେଳିତ ଅବସ୍ଥାରେ ଏହି ଗୁପ୍ତଗଙ୍ଗାରେ ବହୁ ମାତ୍ରାରେ ଅଳିଆ ଆବର୍ଜନା ପଡ଼ି ଗୁପ୍ତଗଙ୍ଗାଟି ପୋତି ହେବାକୁ ବସିଲାଣି । ଏହା ଉପରେ ପ୍ରଶାସନର କୌଣସି ଦୃଷ୍ଟି ମଧ୍ୟ ପଡୁନାହିଁ । ଏହାକୁ ସଫା କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର  ପ୍ରସାରିତ ହେବା ସତ୍ତ୍ୱେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏହାକୁ ଦେଖି ଯାଜପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ସୌମ୍ୟ ରଞ୍ଜନ ଖୁଣ୍ଟିଆ ନିଜେ ଅଣ୍ଟା ଭିଡ଼ିଛନ୍ତି। ସ୍ଥାନୀୟ ଶିବାନନ୍ଦ କ୍ଲବର କିଛି ସଦସ୍ୟଙ୍କ ସହ ମିଶି ସେ ଆଜି ଗୁପ୍ତଗଙ୍ଗାକୁ ସଫା କରିଥିଲେ। ଆଗାମୀ ଦିନରେ ବ୍ୟାସସରୋବର ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସୌମ୍ୟ ଅନୁରୋଧ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close