କବିତା ସହ ମଣିଷ ଜୀବନ ଅଙ୍ଗାଙ୍ଗୀ ଭାବେ ଜଡିତ, କବିତା ମିଳନ, କଲ୍ୟାଣ ଓ ଅର୍ନ୍ତଃଚିନ୍ତା ଚେତନାକୁ ପରିପ୍ରକାଶ କରେ, କବିତା ଆସରରେ ଅତିଥି ଓ ବକ୍ତାମାନଙ୍କ ମନ୍ତବ୍ୟ

ଯାଜପୁର, ୧୨ା୦୨ (ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ଶନିବାର ପୂର୍ବାହ୍ନରେ ସ୍ଥାନୀୟ ‘ଗୈାତମ ବୁଦ୍ଧ ସଂସ୍କୃତି ଭବନ’ ଠାରେ ‘ଯାଜପୁର ମହୋତ୍ସବ-୨୦୨୩’ ଓ ଗବେଷଣାତ୍ମକ ପୁସ୍ତକ “ଯଯାତି” ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ କବିତା ଆସର ଉତ୍ସବ ଅନୁଷ୍ଠିତ ହୋଇଯାଇଚ୍ଥି । କବିତା ସହ ମଣିଷ ଜୀବନ ଅଙ୍ଗାଙ୍ଗୀ ଭାବେ ଜଡିତ । କବିତା ମିଳନ ଓ କଲ୍ୟାଣ ତଥା ଅର୍ନ୍ତଃଚିନ୍ତା ଚେତନାକୁ ପରିପ୍ରକାଶ କରି ସମାଜର ପରିବେଶକୁ କୁସୁମିତ କରିଥାଏ ବୋଲି କବିତା ଆସରରେ ଯୋଗଦେଇ ବିଶିଷ୍ଟ ଅତିଥି ଓ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଚ୍ଥନ୍ତି । ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ଚକ୍ରୱର୍ତୀ ସିଂହ ରାଠୋର ଯୋଗଦେଇ କହିଲେ ଯେ, ସମଗ୍ର ଯାଜପୁର ଜିଲ୍ଲାର ଐତିହ ଓ ସଂସ୍କୃତି ରାଜ୍ୟରେ ଅନନ୍ୟ ଅଟେ । ଜିଲ୍ଲାର କଳା ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜିବିତ କରି ରଖିବାକୁ ହେଲେ ଏହିପରି ମହୋତ୍ସବ ପାଳନ ସମୟରେ ସାହିତ୍ୟ ଆଲୋଚନା, କବିତା ପାଠୋତ୍ସବର ବହୁଳ ଆବଶ୍ୟକତା ରହିଚ୍ଥି । ଏହି ଅବସରରେ ଜିଲ୍ଲାପାଳ ଉପସ୍ଥିତ କବି ଓ କବୟତ୍ରୀମାନଙ୍କୁ ଭୂୟସୀ ପ୍ରସଂଶା କରିବା ସହ ଚଳିତ ବର୍ଷ ଯାଜପୁର ମହୋତ୍ସବର ସପଂଳତାକୁ ଶୀର୍ଷରେ ପହଚାଂଇବାର ସୁଦୂର ପ୍ରସାରି ବାର୍ତା ପ୍ରଦାନ କରିବ ବୋଲି ସେ ନିଜ ଉଦ୍‌ବୋଧନରେ କହିଥିଲେ ।
                ବିଶିଷ୍ଟ କବି ତୁହିନାଂଶୁ ରଥଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବେ କଟକ ସ୍ଥିତ ଅତରିକ୍ତ ଆୟୁକ୍ତ, ଭୂ-ଲେଖ ଓ ବନ୍ଦୋବସ୍ତ ଅକ୍ଷୟ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଅଶୋକ କୁମାର ବେଉରିଆ, ଉପ-ଜିଲ୍ଲାପାଳ ଗୋପିନାଥ କୁଅଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ସୁବ୍ରତ କୁମାର ଦାସ ପ୍ରମୁଖ ମଂଚାସୀନ ହୋଇଥିଲେ । କତିତା ଆସରର ସଂଯୋଜନା ଅଧ୍ୟାପକ ଦାମୋଦର ବେହେରା କରିଥିବା ବେଳେ କବିତା ସଂଯୋଜନା କବି ପଦ୍ମଜା ଶରଣ ଏବଂ କବି ପ୍ରଣୟ ସୁଧା ସଂପାଦନ କରିଥିଲେ । ଜିଲ୍ଲା ସଂସ୍କୃତି ପରିଷଦ ତରପଂରୁ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଚ୍ଥ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ବିରଜା ବଳ, ଡଃ. ବିକ୍ରମ କୁମାର ମହାପାତ୍ର, ଶୁବେନ୍ଦୁ ଭୂୟାଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଯାଜପୁରର ପ୍ରାକ୍ତନ ପୈାରାଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ଭବ ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ କବି ଡଃ. ଜ୍ଞାନ ରଂଜନ ପତି ଉଦ୍‌ଘାଟନୀ ଏବଂ ଦିପମ୍ ଜ୍ୟୋତି ବନ୍ଦନା ଗାନ କରିଥିଲେ । ଏହି କବିତା ପାଠୋତ୍ସବରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ବିଶିଷ୍ଟ କବିମାନେ ଯୋଗଦେଇ ସମାଜର ନିଚ୍ଚ୍ଥକ ପ୍ରାଚୀନ ଏବଂ ଆଧୁନିକ ଚଳଣି ଜନିତ ସମାଜ ସଂସ୍କାରଧର୍ମୀ ମାଧୁର୍ଯ୍ୟ ଓ ହୃଦୟସ୍ପର୍ଶି କବିତାମାନ ପାଠ କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ କବି ଏକାଦଶୀ ପାଢୀ ଏବଂ ହୁସେନ୍‌ରବି ଗାନ୍ଧୀଙ୍କ ବିୟୋଗରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close