ବରିଷ୍ଠ ସାମ୍ବାଦିକ ତଥା ବାମପନ୍ଥୀ ନେତା ଚନ୍ଦ୍ରମଣି ପାତ୍ରଙ୍କ ପରଲୋକ

ବ୍ୟାସନଗର ; ୨୫/୦୩ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ବରିଷ୍ଠ ସାମ୍ବାଦିକ, ଲେଖକ, ସମାଜସେବୀ ତଥା ବାମପନ୍ଥୀ ନେତା ଚନ୍ଦ୍ରମଣି ପାତ୍ରଙ୍କର ଆଜି ବ୍ୟାସନଗର ସ୍ଥିତ କୋପଣ୍ଡ ଗାଁ ବାସଭବନରେ ବିୟୋଗ ଘଟିଛି । ପ୍ରକାଶ ଯୋଗ୍ୟ ଶ୍ରୀ ପାତ୍ର ବିଗତ କିଛି ଦିନ ହେବ ରୋଗରେ ପୀଡିତ ଥିଲେ। ଆଜି ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ଖବର ଶୁଣି ସମଗ୍ର ବ୍ୟାସନଗର ପୋୖର ପରିଷଦରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ପାଇଁ ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡା, ସୁରେଶ ପ୍ରଧାନ, ସମାଜସେବୀ ବିବେକାନନ୍ଦ ମହାନ୍ତି, ରାଜେନ୍ଦ୍ର ବିଶ୍ବାଳ ସମେତ ବହୁ ସାମ୍ବାଦିକ, ବୃଦ୍ଧିଜୀବି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ତାଙ୍କର ଅମର ଆତ୍ମର ସଦ୍ଗତି କାମନା କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close