ନଦୀକୁ ଗାଧୋଇ ଯାଇଥିବା ବେଳେ ନଦୀରେ ବୁଡିଯାଇ ଦୁଇଭାଇ ମୃତ

ଯାଜପୁର ; ୨୫/୦୩ ( ଶୁଭେନ୍ଦୁ କୁମାର ନାୟକଙ୍କ ଠାରୁ) : ଯାଜପୁର ସଦର ବ୍ଲକ ବେରୁଦା ପଞ୍ଚାୟତର ଚିନ୍ତାପଲୀ ଗାଁ ନିକଟରେ ଖରସ୍ରୋତା ନଦୀରେ ଅଘଟଣ। ନଦୀକୁ ଗାଧୋଇ ଯାଇଥିବା ବେଳେ ନଦୀରେ ବୁଡିଯାଇ ଦୁଇଭାଇ ମୃତ। ମୃତ ଦୁଇଭାଇ ସ୍ଥାନୀୟ ଚିନ୍ତାପଲୀ ଗ୍ରାମର କାହ୍ନୁ ଚରଣ ଚନ୍ଦଙ୍କ ବଡପୁଅ ଦୀନବନ୍ଧୁ ଚନ୍ଦ(18) ଓ ସାନପୁଅ ଦିବାକର ଚନ୍ଦ(15)।ଦୀନବନ୍ଧୁଙ୍କୁ କୁଆଖିଆ ଅଗ୍ନୀସମ ବାହିନୀ ଉଦ୍ଧାର କରିଥିବା ବେଳେ ସାନଭାଇ ଦିବାକରଙ୍କୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ। ମଧୁବନ ମେଡିକାଲରେ ଦିବାକରଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଦୀନବନ୍ଧୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଛି। କୁଆଖିଆ ପୋଲିସ୍ ଶବ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close