ଟୀକାଦାନ କାର୍ଯ୍ୟ ବନ୍ଦ କରିଦିଆଯିବାକୁ ଉତ୍କଳ ବିକାଶ ପରିଷଦର ନିନ୍ଦା

କଟକ,୧୯/୮: କଟକ ସଦର କିଶନନଗର ଥାନା ଅରିଲୋ ପଞ୍ଚାୟତର ଅରିଲୋ ସ୍କୁଲରେ ସ୍ଥାନୀୟ ଦିବ୍ୟାଙ୍ଗ, ବୃଦ୍ଧ ତଥା ମହିଳା ଓ ଜନସାଧାରଣଙ୍କୁ ସୁବିଧାରେ ଭାକ୍ସିନ୍ ଦେବାପାଇଁ ଉତ୍କଳ ବିକାଶ ପରିଷଦର ସଭାପତି (ଉଵିପ) ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ବରେ କାର୍ଯ୍ୟକର୍ତାମାନେ ସିଡିଏମୋ, ବେଣ୍ଟକାର ଓ କିଶନନଗର ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁମତି କ୍ରମେ ଭାକ୍ସିନ୍ କ୍ୟାମ୍ପ୍ ଆୟୋଯନ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗତ ରାତିରେ ଅନୁମତି ଦେଇଥିଲେ । ମାତ୍ର ଆଜି ସକାଳୁ ବିଜେଡିର ପଞ୍ଚାୟତ ଅଧ୍ୟକ୍ଷ ଆଲୋକ ଖଣ୍ଡୁଆଳଙ୍କ ଚାପରେ ଅନୁମତି ପତ୍ର, ଦରଖାସ୍ତ ଆଦିର ବାହାନା କରି ଭାକ୍ସିନ୍ ସହ ଡାକ୍ତରୀ ଟିମକୁ ଫେରାଇ ଦେଇଥିଲେ । ଭାକ୍ସିନ୍ ନବା ପାଇଁ ଆସିଥିବା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଜେଡିର ପଞ୍ଚାୟତ ଅଧ୍ୟକ୍ଷ ଠିକାଦାର ଓ ସ୍କୁଲ୍ର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୀବ୍ର ବିରୋଧ କରିବା ସହ ଦୃଢ଼ ନିନ୍ଦା କରାଯାଇଛି । ଏହାକୁ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ହୀନମନ୍ୟତା ବୋଲି ମତ ବ୍ୟକ୍ତ କରିଛନ୍ତି । ପରେ ଦେଖିବାକୁ ମିଳିଛି ସେଇ ପଞ୍ଚାୟତ ଅଧ୍ୟକ୍ଷ ସ୍କୁଲ୍ ପରିସରକୁ ନିଜର ବ୍ୟକ୍ତିଗତ ଭାବେ ବ୍ୟବହାର କରିଆସୁଛନ୍ତି । ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ଶାସକଦଳ ଚାପ ପକାଇ ଭାକ୍ସିନେସନ୍ କାର୍ଯ୍ୟକ୍ରମକୁ ବନ୍ଦ କରାଇଛନ୍ତି ବୋଲି ସାଧ।ରଣରେ ଚର୍ଚ୍ଚା ହେଉଛି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close