ସରକାରଙ୍କ ଜନହିତକର କାର୍ଯ୍ୟର ପ୍ରସାର କରୁଥିବା କଳାକାରଙ୍କ ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଯାଜପୁର,୧୭/୧୨: ପାରିଶ୍ରମିକ ଓ ଅର୍ଥ ଲୋଭକୁ ପଛରେ ପକାଇ ନିଜର କଳାକାର ଜୀବନକୁ ସମାଜ ପାଇଁ ଉତ୍ସର୍ଗ କରିଥିବା ଜଣେ କଳାକାର ଏବେ ଜୀବନ ବଂଚାଇବାକୁ ସଂଗ୍ରାମ ଜାରି ରଖିଛନ୍ତି । କଳାକାର ଜଣକ ଏବେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ଡାକ୍ତରଖାନାର ହେମାଟୋଲୋଜି ବିଭାଗରେ ଅସହାୟ ଅବସ୍ଥାରେ ଚିକିତ୍ସିତ ହେବା ଘଟଣା ସାଧାରଣରେ ଘୋର ଦଃୁଖଦାୟକ ଖବର ହୋଇପଡିଛି ।
ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ କ୍ଷେତ୍ରପାଳର ଧ୍ରୁବାନନ୍ଦ ଦାସଙ୍କର କଳା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଜଣେ ସଂଗୀତଜ୍ଞ ଭାବେ ତାଙ୍କର ସୁନାମ ରହିଛି । ଅନେକ କଳାକାର ତାଙ୍କର ପ୍ରେରଣାରେ ସୃଷ୍ଟି ହୋଇଛନ୍ତି । ତାଙ୍କର ସ୍ୱତନ୍ତ୍ରତା ହେଉଛି ସମାଜର ବୃହତର ସ୍ୱାର୍ଥ ରକ୍ଷା ପାଇଁ ସେ ବିଭିନ୍ନ ପଥପ୍ରାନ୍ତ ନାଟକରେ ଯେଉଁ ଗୀତ ପରିବେଷଣ କରନ୍ତି, ତାହା ପ୍ରତ୍ୟେକ ଶ୍ରୋତାଙ୍କୁ ଭାବପ୍ରବଣ କରିଦିଏ । ଏଥିରେ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ସଫଳ ରୂପାୟନ ପାଇଁ ମଧ୍ୟ ଅନେକ ସଚେତନ ଧର୍ମୀ ନାଟକ ଓ ସଂଗୀତ ରହିଛି । ସମାଜରେ ମାନବିକତା ଜାଗରଣ କ୍ଷେତ୍ରରେ ତାଙ୍କର ସଙ୍ଗୀତ ଓ କଣ୍ଠରେ ରହିଥାଏ ଭିନ୍ନ ଆକର୍ଷଣ ଏବଂ ଚମତ୍କାରିତା । ହେଲେ ଏହିସବୁ କାର୍ଯ୍ୟ କରିବା ପାଇଁ ସେ କେବେ ବି ପାରିଶ୍ରମିକ ଦାବୀ କରି ନ ଥାନ୍ତି । ଅଭାବରେ ଥାଇ ପେଟ ଭୋକ ପେଟରେ ମାରି ସଙ୍ଗୀତ ମାଧ୍ୟମରେ ଏଭଳି ସେବା କ୍ୱଚିତ ଦେଖିବାକୁ ମିଳେ । ଏହା ତାଙ୍କର କଳାକାର ଜୀବନର ଥିଲା ବଡ ସ୍ୱତନ୍ତ୍ରତା । ସମାଜ ପାଇଁ ଉତ୍ସଗିକୃତ ମନୋଭାବ ନେଇ କାର୍ଯ୍ୟ କରିଥିବା ଏହି ବ୍ୟକ୍ତି ଏବେ ଜୀବନର ଘୋର ସଙ୍କଟ ଦେଇ ଗତି କରୁଛନ୍ତି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲ ହେମୋଟୋଲୋଜି ବିଭାଗର ବେଡ ନଂ-୨୧୦ରେ ଚିକିତ୍ସିତ ହେଉଥିବାର ଖବର ପ୍ରଚାର ହେବା ପରେ ସାଧାରଣରେ ଏହା ଘୋର ଆଲୋଡନ ବିଷୟ ହୋଇ ପଡିଛି । ସେ ଜଣେ ନିହାତି ଗରୀବ ଏବଂ ତାଙ୍କର ସେବା ଯତ୍ନ ନେବାକୁ ମଧ୍ୟ ତାଙ୍କ ପାଖରେ ସେଭଳି କୌଣସି ଲୋକ ନାହାନ୍ତି । ସମାଜ ଏବଂ ସରକାରଙ୍କ ପାଇଁ ଜଣେ କଳାକାର ଭାବେ ଜୀବନ ବ୍ୟାପୀ ଉତ୍ସଗିକୃତ ସହଯୋଗ କରୁଥିବା ଏହି ବ୍ୟକ୍ତିଙ୍କ ଚିକିତ୍ସା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ସହାୟତା କଲେ ଏହା ସମଗ୍ର ରାଜ୍ୟ ପାଇଁ ଏକ ଦୃଷ୍ଟାନ୍ତ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଛୋଟ କଳାକାରଙ୍କ ଏଭଳି ବଡ କାର୍ଯ୍ୟ ସମଗ୍ର ରାଜ୍ୟ ପାଇଁ ମଧ୍ୟ ଚର୍ଚ୍ଚାର ବିଷୟ ହେବା ସହ ପ୍ରେରଣାର ଉତ୍ସ ହୋଇପାରିବ । ଏଥିନେଇ ମଧ୍ୟ ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହାସହ ଏଭଳି ଦଃୁଖୀ ଲୋକଙ୍କୁ ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ମାନେ ସହାୟତାର ହାତ ବଢାଇବାକୁ ନିବେଦନ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close