୬୮ତମ ଶିଶୁ ଦିବସ ଅବସରରେ ‘ଉଦୟବଟ’ ତରଫରୁ ‘ଅଶୋକ ଦାସ ସ୍ମାରକୀ’ ଜାତୀୟ ସ୍ତରୀୟ’ ପ୍ରତିଯୋଗିତାର ଶୁଭାରମ୍ଭ

ବ୍ୟାସନଗର,୧୫/୧୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ନ୍ୟୁଜ୍ ଭିତିକ ପତ୍ରିକା ‘ଉଦୟବଟ’ ଏବଂ ଡିଜିଟାଲ ନ୍ୟୁଜ୍ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ୬୮ତମ ଶିଶୁ ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଗତ କାଲି ସୋମବାର ଅପରାହ୍ନରେ ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ପାଇଁ ଏବଂ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ‘ଉଦୟବଟ’ ଚେଷ୍ଟିତ । ଏହି ଅବସରରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଠ ଜନନେତା ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୨ର ଶୁଭାରମ୍ଭ ହୋଇଥିଲା । ପ୍ରଥମରୁ ଷଷ୍ଠ ଶ୍ରେଣୀର ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ, କୌତୁକିଆ ପୋଷାକ ପ୍ରଦର୍ଶନ, ଶିଶୁ କବିତା ଆବୃତି, ନୃତ୍ୟ ଆଦି ପ୍ରତିଯୋଗିତାଗୁଡିକର ଶୁଭାରମ୍ଭ ହୋଇଥିଲା । ଏଥିରେ ଯାଜପୁର, ଭଦ୍ରଖ ଓ କେଉଁଝର ଜିଲ୍ଲାର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଉଦ୍‌ଘାଟନ କରିଥିଲେ । ପ୍ରତିଯୋଗିତାଗୁଡିକରେ ବ୍ୟାସନଗର ପବ୍ଲିକ ସ୍କୁଲ, ଏସବିଡ଼ି ଇଂଟରନେସ୍‌ନାଲ, ସେଂଟ ଜାଭିୟର୍ସ ସ୍କୁଲ, ମାଉଂଟ ଲିଟରା ଜି ସ୍କୁଲ, ସେଂଟ୍ରାଲ ସ୍କୁଲ, ସେଂଟମେରୀ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୂସୁଦନନଗର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସୋଲେଇ, ଦାନଗଦି, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ଜେମ୍ସ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡମାଳ, ସାପଗଡ଼ିଆ ସ୍କୁଲ, ରିଟ୍ ସ୍କୁଲ, ଜାଭିୟର୍ସ ଇଂଟର ନ୍ୟାସନାଲ ସ୍କୁଲ, ଧବଳଗିରି ସ୍କୁଲ, ଯାଜପୁରରୋଡ ବାଳିକା ବିଦ୍ୟାଳୟ ପ୍ରଭୃତି ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
     କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାଇର ପୂର୍ବତନ ବିଧାୟକ, ମୋ’ କଲେଜର ଅଧ୍ୟକ୍ଷ ତଥା ଖ୍ୟାତି ସଂପନ୍ନ ଓଡ଼ିଆ ସିନେଷ୍ଠାର ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ସ୍ୱପ୍ନ ଦେଖିବାକୁ ଆହ୍ୱାନ କରିଥିଲେ । ଉଦାହରଣ ଦେଇ ସେ କହିଥିଲେ ଯେ ଓଡ଼ିଶାର ରାଇରଂଗପୁର ଅଂଚଳର ଜଣେ ଆଦିବାସୀ ଝିଅ ସ୍ୱପ୍ନ ଦେଖି ଭାରତର ମହାମହିମ ରାଷ୍ଠ୍ରପତି ପଦ ଅଳଙ୍କୃତ କରିପାରିଛନ୍ତି । ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେମାନେ ପାଠ ପଠା ସହ ରୁଚି ରଖି ଖେଳ କସରତ ସହ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ନିଜର ଶାରୀରିକ ଓ ବୌଦ୍ଧିକ ବିକାଶରେ ଚେଷ୍ଟିତ ହେବା ଉଚିତ । ଏଥିରେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ତଥା ପୂର୍ବତନ ନଗରପାଳ ସବିତା ରାଉତ, ସେଟ୍ରାଂଲ ଜିଏସଟି ଅଧିକ୍ଷକ ସନତ କୁମାର ନସ୍କର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ରମଣି ସାମଲ, ୩୩ନଂ. ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଶିକ୍ଷାବିତ୍ ଚନ୍ଦ୍ରଶେଖର ନାୟକ, କ୍ରୋମନଗର ବିଦ୍ୟାପୀଠର ସହକାରୀ ଶିକ୍ଷକ ମାନସ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ତଥା ‘ଉଦୟବଟ’ର ସହଯୋଗୀ ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ଶିକ୍ଷକ ନେତା ଆଶିଷ କୁମାର ମଲ୍ଲିକ, ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର, ସରିତା ଗୁପ୍ତା, ଜ୍ୟୋର୍ତିମୟୀ ପାଣି, ବସନ୍ତ କୁମାର ପାତ୍ର, ସମୀର କୁମାର ମିଶ୍ର, ଅରୁଣ ଦାସ, ପଦ୍ମଲୋଚନ ନାୟକ, ବିଭୂପ୍ରସାଦ ଲେଙ୍କା, ଚକ୍ରଧର ମଲ୍ଲିକ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ନିରାକାର ନାୟକ, ସୁମିତ୍ରା ମିଶ୍ର, ଗୈାରୀଶଂକର ପତି ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କର ଉନ୍ନତ ଭବିଷ୍ୟତ କାମନା କରିଥିଲେ । ଏଥିସହ ଏଠାରେ ୬୮ତମ ଶିଶୁ ଦିବସ ପାଳିତ ହୋଇଥିଲା । ସ୍ୱାଧିନ ଭାରତର ୧ମ ପ୍ରଧାନମନ୍ତ୍ରୀ ଚାଚା ନେହୁର କିପରି ଶିଶୁମାନଙ୍କୁ ଭଲ ପାଉଥିଲେ ଓ ଏହି ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଏଠାରେ ଆଲୋଚନା କରାଯିବା ସହ ଶିଶୁମାନଙ୍କର ସମୟୋଚିତ ଯତ୍ନ ନେବାକୁ ମତପ୍ରକାଶ ପାଇଥିଲା । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close