ହସ୍ପିଟାଲରେ ମେ ଆଇ ହେଲ୍ପ ୟୁ ତରଫରୁ କୋଭିଡ ଟୀକାଧାରୀଙ୍କୁ ଗୋଲାପ ଦ୍ୱାରା ସ୍ୱାଗତ

ବାଲେଶ୍ୱର/ଜଳେଶ୍ୱର ; ୧୮/୦୩( ବ୍ରଜ ଗୋପାଳ ସେନଙ୍କ ଠାରୁ) ଆଜି ସକାଳ 8:00 ଘଟିକା ସମୟରେ ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲରେ ମେ ଆଇ ହେଲ୍ପ ୟୁ ମୋ ପରିବାର ଜଳେଶ୍ୱର ସାମାଜିକ ସଂଗଠନ ତରଫରୁ ଏକ ଭିନ୍ନ ପ୍ରକାର କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଭାରତ ଓ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲରେ କୋଭିଡ ଟୀକା ବ୍ୟବସ୍ତା ଷାଠିଏ ବର୍ଷର ଉଦ୍ଧ ଲୋକଙ୍କୁ ଦିଆଯିବାର ବ୍ୟବସ୍ତା କରା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଦସ୍ୟ ମାନେ ଯେଉଁମାନେ ଟୀକା ନେଇ ଘରକୁ ବାହୁଡ଼ୁ ଥିଲେ ତାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟକ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଗୋଟାଏ ଲେଖାଏଁ ମାସ୍କ ପ୍ରଦାନ କରିବା ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିବାଦନ ଜଣେଇବା ସହ ହାତକୁ ସେନୀଟାଇଜ କରିଥିଲେ ଏବଂ ତାଙ୍କର ଅନୁଭୂତିକୁ ବୁଝିବା ସହ ପୁଣି ଥରେ ଟୀକା ନେବା ପାଇଁ ସ୍ୱାଗତ କରିଥିଲେ।  ଏହି ପ୍ରମୁଖ କାଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଜଗନ୍ନାଥ ପରିଡା ଉପଦେଷ୍ଟା ସୁମିତ ରାଠି ଅନ୍ୟ ସଦସ୍ୟ ମାନଙ୍କ ଭିତରୁ ଏସ କେ ଆବେଦ, ଯୋଗେସ ରାଠି,ତୋଫାନ ଆଚାର୍ଯ୍ୟ,ନାରାୟଣ କର, ରମେଶ ଜେନା,ସଚ୍ଚିଦାନନ୍ଦ ଦାସ,ଅଞ୍ଜନ କର, ବରୁଣ ଜେନା, ରାଜୀବ ଲୋଚନ ଦେ, ସିପୁ କର ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାଯ୍ୟକ୍ରମକୁ ମେଡିକାଲ କତୃପକ୍ଷଙ୍କ ତରଫରୁ ମେ ଆଇ ହେଲ୍ପ ୟୁ ସଂଗଠନକୁ ଅନେକ ପ୍ରଶଂସା କରାଯାଇଅଛି |

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close