ଭଦ୍ରକ ସ୍ୱୟଂଶାସିତ କଲେଜରେ ଉତ୍ତେଜନା

ଭଦ୍ରକ; ୧୭/୦୩ ( ଶିବ ଶଙ୍କର ପଣ୍ଡାଙ୍କ ଠାରୁ) : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା । +3 ଦ୍ୱିତୀୟ ବର୍ଷ ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀ ମାନଙ୍କ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାରେ ଵ୍ୟାକ ଲାଗିଥିବା ନେଇ ଉତେଜନା ଲାଗିରହିଛି। କଲେଜ ମୁଖ୍ୟ ଫାଟକ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ର ଛାତ୍ରୀମାନେ। କରୋନା ସମୟରେ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହୋଇନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ର କରି ଅଶାନ୍ତି ଦେଖା ଦେଇଛି। ଗତକାଲି ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ରେଜଲ୍ଟ ବାହାରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ମାନଙ୍କର ବ୍ୟାକ ରହିଥିଲା ତାକୁ ନେଇ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀ ମାନଙ୍କ ଅଭିଯୋଗ ଯାହାର ପ୍ରଥମ ସେମିଷ୍ଟାର ବ୍ୟାକ ଥିଲା ତାଙ୍କର ଦ୍ୱିତୀୟ ସେମିଷ୍ଟାର ଵ୍ୟାକ କରାଯାଇଛି। ତେଵେ ଅଧ୍ୟକ୍ଷ କହିଛନ୍ତି ସରକାର ନିୟମାନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି। ତେବେ ଛାତ୍ର ଅଶାନ୍ତି ଦେଖି ପଦକ୍ଷେପ ନିଆଯିବ|

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close