ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପରିଚାଳନା ପାଇଁ ଭିଡିଓ କନ୍‌ପଂରେନ୍ସ

ଯାଜପୁର, ୨୩ା୧୧: ଏକ ନିର୍ଭୁଲ ଓ ସଠିକ ପଂଟୋ ଭୋଟର ତାଲିକା ପ୍ରସ୍ତୁତ କରିବା ଭାରତର ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ । ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି ଅନୁରୋଧ କରିଚ୍ଥନ୍ତି । ଯାଜପୁର ଜିଲ୍ଲାର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ୱର ୧୬ ତାରିଖ ଠାରୁ ଆରମ୍ଭ ହୋଇଚ୍ଥି । ଏଥିପାଇଁ ସମସ୍ତ ବୁଥ୍‌ମାନଙ୍କର ଭୋଟର ତାଲିକା ପ୍ରକାଶିତ ହୋଇଚ୍ଥି । ଏହି ପ୍ରକ୍ରିୟାକୁ ନିର୍ଭୁଲ ଭାବେ ସଂପାଦନ ପାଇଁ ସୋମବାର ଏକ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ସମସ୍ତ ବି.ଡି.ଓ, ତହସିଲଦାର, ପୈାର ନିର୍ବାହୀ ଅଧିକାରୀ ଓ ବି.ଏଲ.ଓ, ସୁପରଭାଇଜରମାନଙ୍କୁ ଅବଗତ କରାଯାଇଥିଲା । ଏଥିରେ ଯୋଗଦେଇ ଶ୍ରୀ ମହାନ୍ତି ଭୋଟର ତାଲିକା ସଂଶୋଧନ ଏକ ଜାତୀୟ କାର୍ଯ୍ୟକ୍ରମ ବୋଲି କହିଥିଲେ । ଏଥିରେ କୈାଣସି ଅବହେଳାକୁ ବରଦାସ୍ତ କରାଯିବନାହିଁ ବୋଲି ସ୍ପଷ୍ଟ କରିବା ସହ ଭୋଟରମାନଙ୍କୁ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ବ୍ୟାପକ ସୂଚନା ଦେଇ ଚଳିତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ୱର ୧୬ ତାରିଖରୁ ଡିସେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କହିଥିଲେ । ଏହି ସମୟ ମଧ୍ୟରେ ନାମ ଅନ୍ତର୍ଭୁକ୍ତ, ସଂଶୋଧନ ଇତ୍ୟାଦି ପାଇଁ ଆବେଦନ ଗ୍ରହଣ କରାଯିବ । ନଭେମ୍ୱର ୨୮ ଓ ୨୯ ଏବଂ ଡିସେମ୍ୱ ୫ ଓ ୬ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରାଯାଇଚ୍ଥି । ଏହିଦିନ ବୁଥ୍‌ମାନଙ୍କରେ ବି.ଏଲ୍‌.ଓମାନଙ୍କୁ ଆବେଦନ ପତ୍ର ପ୍ରଦାନ କରାଯାଇପାରିବ । ଏଥିରେ ଦାୟିତ୍ୱରେ ଥିବା ପ୍ରତ୍ୟେକ ସୁପରଭାଇଜର, ଏ.ଇ.ଆର.ଓମାନେ ଉପସ୍ଥିତ ରହି ସହଯୋଗ କରିବେ ବୋଲି ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ୨୦୨୧ ଜାନୁୟାରୀ ୫ ତାରିଖ ସୁଦ୍ଧା ଆବେଦନ ପତ୍ରଗୁଡିକର ଯାଂଚ ଓ ବିଚାର କରାଯାଇ ଜାନୁୟାରୀ ୧୫ ତାରିଖ ସୁଦ୍ଧା ଭୋଟର ତାଲିକାର ଚୁଡାନ୍ତ ପ୍ରକାଶନ କରାଯିବ ବୋଲି ସେ କହିଥିଲେ । ସଂପୃକ୍ତ ଅଂଚଳର ସାଂସଦ, ବିଧାୟକ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କର ନାମ ଅନ୍ତର୍ଭୁକ୍ତକୁ ହୋଇଥିବା ସୁନିଶ୍ଚିତ କରିବାକୁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । ବର୍ତମାନ ଭୋଟର ତାଲିକାରେ ୧୫୯୨୫ ଭୋଟରଙ୍କର ପଂଟୋ ଲାଗିନାହିଁ । ତେଣୁ ସଂପୃକ୍ତ ବି.ଏଲ୍‌.ଓମାନେ ସେହି ଭୋଟରମାନଙ୍କ ଠାରୁ ପଂଟୋ ସଂଗ୍ରହ କରି ଦେଲେ ଏକ ପୂର୍ଣ୍ଣାଙ୍ଗ ପଂଟୋ ଭୋଟର ତାଲିକା ସମ୍ଭବ ହୋଇପାରିବ । ସେହିପରି ଯେଉଁଠାରେ ଜଣେ ଭୋଟରଙ୍କର ଦୋହରା ନାମ ବା ଦୋହରା ଇପିକ ନମ୍ୱର ରହିଚ୍ଥି ତାହାକୁ ମଧ୍ୟ ବାଦ ଦେବାକୁ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ ଭିନ୍ନକ୍ଷମ ଭୋଟରମାନଙ୍କୁ ଫ୍ଲାଗମାର୍କ କରି ସଂଶୋଧନ କାର୍ଯ୍ୟ କରିବାକୁ ଶ୍ରୀ ଧଳ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ନିର୍ବାଚନ ପରିଚାଳନା କର୍ମଚାରୀ ପଦ୍ମନାଭ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close