ବ୍ୟାସନଗର ସ୍ଥିତ ଶ୍ରୀନନ୍ଦରାମ ବାଟିକା ପରିସରରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପିଙ୍ଗ୍ ଆଏ ର 4ର୍ଥ ବାର୍ଷିକଉତ୍ସବ ଅନୁଷ୍ଠିତ

ବ୍ୟାସନଗର;୧୨/୦୨: (ଶୁଭେନ୍ଦୁ ନାୟକଙ୍କ ଠାରୁ) ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଶ୍ରୀନନ୍ଦରାମ ବାଟିକା ପରିସରରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପିଙ୍ଗ୍ ଆଏ ର 4ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଯାଜପୁର ରୋଡ ପ୍ରେସ୍ କ୍ଲବର ସଭାପତି ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ। ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ ବ୍ୟାସନଗରର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି। ଅନ୍ୟତମ ଅତିଥି ରୂପେ ପୂର୍ବତନ କାଉନସିଲର ଉଷାରାଣୀ ସାମଲ, କଟକ ମଙ୍ଗଳାବାଗ ଥାନାର ଥାନା ଅଧିକାରୀ ଅମିତାଭ ମହାପାତ୍ର, ସମାଜସେବୀ ସଂଘମିତ୍ରା ଜେନା ପ୍ରମୁଖ ଯୋଗଦେଇଥିଲେ। ହେଲ୍ପିଙ୍ଗ୍ ଆଏ ର ସଭାପତି ସିଦ୍ଧାର୍ଥ ନାୟକ ଅତିଥି ମାନଙ୍କୁ ସ୍ବାଗତ ଜଣାଇବା ସହିତ ସଂଗଠନର ଆଭିମୁଖ୍ଯ ଓ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ। ବୃକ୍ଷରୋପଣ, ରକ୍ତଦାନ ଶିବିର, ଆମ୍ବୁଲାନ୍ସ ସେବା,ଭିନ୍ନକ୍ଷମ, ବସ୍ତିବାସିନ୍ଦା ଏବଂ ଅସହାୟଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ସହିତ କୋଭିଡ ମୁକାବିଲା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରି ଏହି ସଂଗଠନ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିପାଇଁ ଅତିଥି ଓ ବକ୍ତାଗଣ ହେଲ୍ପିଂ ଆଏ ସଦସ୍ୟ ମାନଙ୍କ ପ୍ରଶଂସା କରିଥିଲେ। ଏହି ଅବସରରେ କୁନିକୁନି କଳାକାରଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୁନିକୁନି ପ୍ରତିଭା ମାନଙ୍କୁ ପୁରଷ୍କୃତ କରାଯାଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close