କୋରାଇ ଅଂଚଳର ବରିଷ୍ଠ ସମାଜସେବୀ ୰ ରସାନନ୍ଦ ସୁବୁଦ୍ଧିଙ୍କ ଏକାଦଶ କ୍ରିୟା ଅନୁଷ୍ଠିତ

କୋରାଇ, ୨୧/୦୧(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅର୍ନ୍ତଗତ ପାଟ୍ଟରଂଗା ନିବାସୀ ତଥା ବରିଷ୍ଠ ସମାଜସେବୀ ରସାନନ୍ଦ ସୁବୁଦ୍ଧିଙ୍କ ୮୨ବର୍ଷ ବୟସରେ ବିୟୋଗ ଘଟିଛି । ତାଙ୍କର ବିୟୋଗ ବହୁ ବ୍ୟକ୍ତିଙ୍କୁ ବ୍ୟଥିତ କରିଛି । ଆଜି ତାଙ୍କର ଏକାଦଶାହ କ୍ରିୟା ପାଟ୍ଟରଂଗା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷା ଅଧିକାରୀ ମଦନ ମୋହନ କର, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ମହୁଲିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶିରେଖାବାରିକ, ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ପଲାଇ, ‘ଉଦୟବଟ’ର କୋରେଇ ପ୍ରତିନିଧି, ବିଧାୟକ ପ୍ରାର୍ଥୀ ତଥା ତାଙ୍କର ଜାମାତା ରାମଚନ୍ଦ୍ର ବାରିକ, ବିଶିଷ୍ଟ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ଶ୍ରମିକ ନେତା ଅରୁଣ ଦାସ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close