ବରୀ ବ୍ଲକରେ ବନ୍ୟା ଧାନ ଫସଲକୁ ଉଜାଡ଼ି ଦେଲା, ସରକାରୀ ସହାୟତା ପାଇଁ ଦାବୀ

ବରୀ, ୦୯/୦୯(ବିଭୂତି ଭୂଷଣ ଜେନାଙ୍କ ଠାରୁ): ଯାଜପୁର ଜିଲ୍ଲାର ବରୀ ଏକ ବନ୍ୟା ପ୍ରବଣ ଅଂଚଳ । ପ୍ରତିବର୍ଷ ଏଙ୍ଖାରେ ବନ୍ୟା ଆସିବା ଏକ ପ୍ରକାରର ନିଶ୍ଚିତ ହୋଇଥିବାରୁ ବନ୍ଧ ବାଡ ମରାମତି ନାଁରେ ବହୁ ସ୍ଥାନରେ ନିମ୍ନମାନର କାମ କରାଯିବା ସହ ବିଭାଗ ଓ ଠିକାଦାର ମିଳିମିଶି ମିଥ୍ୟା ବିଲ କରି ମାଲେମାଲ ହେଉଛନ୍ତି ବୋଲି ଅଭିଯୋଗ ଆସିଥାଏ । ହେଲେ ବନ୍ୟାରୁ ନିସ୍ତାର ମିଳି ନ ଥାଏ ବରଂ କଷ୍ଟ ଭୋଗିବା ବରୀବାସୀଙ୍କ ପାଇଁ ଏକ ପ୍ରକାରର ସାର ହୋଇଥାଏ । ଚଳିତ ବର୍ଷର ବନ୍ୟା ଏହି ଅଂଚଳରେ ବିଭୀଷିକା ସୃଷ୍ଟି କରିଛି । ଏହି ବ୍ଲକର ୨୯ଟି ଗ୍ରାମ ପଂଚାୟତରୁ ପ୍ରାୟ ଅଧିକାଂଶରେ ବନ୍ୟା ପରିସ୍ଥିତି ଜଟିଳ ହୋଇଛି । ବନ୍ୟା ଜଳ ସପ୍ତାହେ ସମୟ ପର୍ଯ୍ୟନ୍ତ ଧାନ ବିଲ ଓ ବାଡିବଗିଚାରେ ମାଡିଯିବାରୁ ପାଚିଲା ବିଓଳି ଧାନ, ଶାରଦ ଧାନ, ବର୍ଷା ଦିନିଆ ପନିପରିବା ଆଦି ପଚି ନଷ୍ଟ ହୋଇଯାଇଛି । ଖରସ୍ରୋତା ଓ କାଣୀ ନଦୀରେ ଆସିଥିବା ବନ୍ୟା ହ୍ରାସ ପାଇଥିବା ବେଳେ ଏବେ ଧାନ ବିଲସବୁର ପଚା ଦୃର୍ଶ୍ୟ ଦେଖି ଚାଷୀମାନେ ହତାଶ ହୋଇଛନ୍ତି । ସମୟ ଗଡ଼ି ଯାଇଥିବାରୁ ଆଉ ଧାନ ରୋଇଲେ ସେଭଳି ଅମଳ ହୋଇ ନ ପାରେ ଓ ମରୁଡ଼ିରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ଲକ୍‌ର ବିସ୍ତୀର୍ଣ୍ଣ ଅଂଚଳରେ ବନ୍ୟା ଜଳ ଚାଷ ଜମିରେ ମାଡିଯାଇ ଧାନ ଫସଲ ସହ ବର୍ଷାଦିନିଆ ପନିପରିବା ଚାଷକୁ ବି ଉଜାଡି ଦେଇଛି । ବରୀ ବ୍ଲକର ଅଧିକାଂଶ ଗ୍ରାମରେ ନାହିଁ ନ ଥିବା କ୍ଷତି ହୋଇଛି । ବାଲିଆ, ଧାରପୁର, ହଳଦିବସନ୍ତ, ରମ୍ପା, ପଗିଡା, ବାଇଁଶୀରା, ଅରୁଆଳ ପ୍ରଭୃତି ପଂଚାୟତ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବିଲ ଓ ପଡ଼ିଆସବୁ ପଚିଯାଇଥିବାରୁ ଗାଇ ଗୋରୁଙ୍କ ପାଇଁ ଏବେ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଫଟୋରେ ପ୍ରଦର୍ଶିତ ଚାଷ ଜମିର ଦୃର୍ଶ୍ୟକୁ ଦେଖି ଆକଳନ କରାଯାଇପାରେ ଏଠାକାର ବନ୍ୟା ପରର ସ୍ଥିତି କିପରି ରହିଛି । ହେଲେ ପ୍ରଭାବିତମାନଙ୍କୁ ରିଲିଫ୍‌, ପଲିଥିନ, ଗୋଖାଦ୍ୟ ଆଦି ଯୋଗାଇ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି ବୋଲି କେତେକ ଅଭିଯୋଗ କରିଛନ୍ତି । ପଲିଥିନ୍ ପାଇଁ ଧାରଣା ଦିଆଯାଉଥିବାର ଦେଖାଯାଉଛି । ବନ୍ୟାକ୍ଳିଷ୍ଟ ଓ ଚାଷୀମାନଙ୍କୁ ତୁରନ୍ତ ସରକାର ସହାୟତା କରିବାକୁ ଦାବୀ ହେଉଛି । ଏହାଛଡ଼ା ବ୍ଲକ୍‌, ତହସିଲ ଓ ଯାଜପୁର ଜିଲ୍ଲା ପ୍ରଶାସନ ବରୀ ବ୍ଲ୍‌କର ସମସ୍ତ ପ୍ରଭାବିତ ଅଂଚଳରେ ରିଳିଫ୍‌, ଗୋଖାଦ୍ୟ, ମେଡିସିନ୍‌, ବ୍ଲିଚିଂ ଆଦି ପହଚାଂଇବାକୁ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close