ଅନଲକ ୫ରେ କଣ ରହିଛି- ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ ଓ ସୁଇମିଂ ପୁଲ , ମନୋରଞ୍ଜନ ପାଇଁ ପାର୍କ ଖୋଲା ରହିବ ,ସ୍କୁଲଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତି ନେବେ

ନୂଆଦିଲ୍ଲୀ; ୦୧/୧୦ : କେନ୍ଦ୍ର ସରକାର ତରଫରୁ ଜାରି ହେଲା ଅନଲକ ୫.୦ । ଏହି ଗାଇଡ଼ ଲାଇନ ଅକ୍ଟୋବର ୧ରୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ଲାଗୁ ରହିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ଼ ଲାଇନ ଅନୁସାରେ ଆସନ୍ତା ୧୫ଅକ୍ଟୋବରରୁ ସାରା ଦେଶରେ ସିନେମାହଲ, ସୁଇମିଂପୁଲ, ପାର୍କ ଖୋଲା ରହିବ । କଣ୍ଟେନମେଣ୍ଟ ଜୋନ୍ରରେ ଏହା କାର୍ଯ୍ୟକାରୀ ହେବ ନାହିଁ । ବାଣିଜ୍ୟିକ ପ୍ରଦର୍ଶନୀକୁ ମଧ୍ୟ ଅନୁମତି ଦିଆ ଯାଇଛି । ବାଣିଜ୍ୟ ମନ୍ତ୍ରାଳୟ , କ୍ରୀଡା ମନ୍ତ୍ରାଳୟ , ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସ ଓ ପି ଜାରି କରାଯାଇଛି। ବିଦ୍ୟାଳୟ ,କଲେଜ ଓ ଅନ୍ୟ ଶିକ୍ଷା ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର । ଅକ୍ଟୋବର ୧୫ରୁ ଆଂଶିକ କ୍ରମେ ସ୍କୁଲ ଖୋଲିବା ନେଇ ପଦକ୍ଷେପ ନେବେ ରାଜ୍ୟ ସରକାର। 

* ସାମାଜିକ , ସାଂସ୍କୃତିକ, କ୍ରୀଡା ,ଧାର୍ମିକ ଓ ରାଜନୈତିକ ସମାବେଶ ଗାଇଡ୍ ଲାଇନ ଅନୁଯାଇ  ହୋଇପାରିବ ।

* କଣ୍ଟେନମେଣ୍ଟ ଜୋନ  ବାହାରେ ୧୦୦ ଲୋକର ସମାବେଶ ହୋଇପାରିବ ।

* ଅନଲାଇନ ଓ ଡ଼ିଷ୍ଟାନ୍ସ ଲର୍ଣିଂ ଜାରି ରହିବା ସହ ଏହାକୁ ଅଧିକ ପ୍ରୋତ୍ସାହିତ କରାଯିବ  । 

* ହୋଟେଲ , ରେଷ୍ଟୁରେଣ୍ଟ ଏବଂ ବାର ଗୁଡିକୁ ୧୫ ଅକ୍ଟୋବରରୁ ଖୋଲାଯିବ, ୫୦ ପ୍ରତିଶତ କ୍ଷମତା ସହ କାର୍ଯ୍ୟ କରିବାକୁ ଅନୁମତି । 

* ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଜାରି ହୋଇଛି ଗାଇଡ଼ ଲାଇନ , ନନ୍ଦନକାନନକୁ ଦିନକୁ ସର୍ବାଧିକ ୧୫ଶହ ଲୋକ ଯାଇପାରିବେ ।

* ଶନିବାର ଦିନ ରାଜ୍ୟର ସରକାରୀ ଅଫିସଛୁଟି ରହିବ , କାର୍ଯ୍ୟ ଦିବସରେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ ।

* ଅକ୍ଟୋବର ୩୧ଯାଏଁ କଣ୍ଟେନମେଣ୍ଟ ଜୋନରେ ଲାକଡ଼ାଉନ ବଳବତ୍ତର ରହିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close